ରୁଷିଆ ଓ୍ବାଣ୍ଟେଡ୍‌ ତାଲିକାରେ ଆମେରିକା ସିନେଟର୍‌

ମସ୍କୋ, ୩୦।୫: ଆମେରିକା ସିନେଟର ଲିଣ୍ଡ୍‌ସେ ଗ୍ରାହାମ୍‌ଙ୍କୁ ରୁଷିଆ ଗୃହ ମନ୍ତ୍ରଣାଳୟ ଓ୍ବାଣ୍ଡେଡ୍‌ ତାଲିକାରେ ରଖିଛି। ଗତ ଶୁକ୍ରବାର ଗ୍ରାହାମ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ। ଏହି ଅବସରରେ ସେ କହିଥିଲେ, ରୁଷୀୟମାନେ ମରିବା ଅବସ୍ଥାରେ। ୟୁକ୍ରେନ୍‌କୁ ଆମେରିକାର ସହାୟତା ଆମେ ବ୍ୟୟ କରିଥିବା ଶ୍ରେଷ୍ଠ ଅର୍ଥ ବୋଲି ଗ୍ରାହାମ କହୁଥିବାରୁ ଏକ ସଂଶୋଧିତ ଭିଡିଓରୁ ଜଣାପଡ଼ିଛି। ତାଙ୍କ ମନ୍ତବ୍ୟକୁ ରୁଷିଆ ସମାଲୋଚନା କରିବା ସହ ତାଙ୍କୁ ଓ୍ବାଣ୍ଟେଡ୍‌ ତାଲିକାରେ ରଖିଛି। ପରେ ୟୁକ୍ରେନ୍‌ ବୈଠକର ପୂରା ଭିଡିଓ ଜାରି କରିଥିଲା, ଯେଉଁଥିରେ ଉପରୋକ୍ତ ଦୁଇଟି ମନ୍ତବ୍ୟ ନ ଥିବା ଦେଖାଦେଇଛି। ଅନ୍ୟପକ୍ଷରେ ଗ୍ରାହାମଙ୍କ ମନ୍ତବ୍ୟର ଆପରାଧିକ ତଦନ୍ତ କରାଯିବ ବୋଲି ରୁଷିଆର ତଦନ୍ତକାରୀ କମିଟି କହିଛି।

Share