୩ ଜାହାଜକୁ ବୁଡ଼ାଇ ୧୦ ଉଗ୍ରବାଦୀଙ୍କୁ ହତ୍ୟା କଲା ଆମେରିକା

କାଇରୋ,୧।୧: ଲୋହିତ ସାଗରରେ ମସ୍କ କଣ୍ଟେନର୍‌ ଜାହାଜ ଉପରେ ଇରାନ ସମର୍ଥୀତ ହାଉତୀ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ହେଲେ ଆମେରିକା ଏହାର ଦୃଢ଼ ଜବାବ ଦେଇଛି। ଆମେରିକୀୟ ହେଲିକପ୍ଟର ହାଉତୀର ୩ଟି ଜାହାଜ ବୁଡ଼ାଇ ଦେବା ସହିତ ୧୦ଜଣ ହାଉତୀ ଉଗ୍ରବାଦୀଙ୍କୁ ହତ୍ୟା କରାଯାଇଥିବା ରବିବାର ଆମେରିକା ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଲୋହିତ ସାଗରରେ ଏକ ପ୍ରକାର ନୌଯୁଦ୍ଧ ଆରମ୍ଭ ହୋଇଯାଇଛି।

ରବିବାର ହୋଇଥିବା ଏହି ନୌସେନା ଯୁଦ୍ଧରେ ଆକ୍ରମଣକାରୀମାନେ ସିଙ୍ଗାପୁରରେ ପଞ୍ଜୀକୃତ ହୋଇଥିବା ମସ୍କ ହାଙ୍ଗଜୌ ଜାହାଜକୁ ଚିଢି ଆସିଥିଲେ ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡୋ ପକ୍ଷରୁ କହିଛି। ଏହି ଆକ୍ରମଣ ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଲୋହିତ ସାଗରରେ ସମସ୍ତ ଜାହାଜ ଚଳାଚଳ ବନ୍ଦ ରଖାଯାଇଛି।

Share