Categories: ଜାତୀୟ

୭୩ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଭାରତ ଫେରିଲେ ଏହି ସଫ୍ଟଓ୍ବେୟାର ଇଞ୍ଜିନିୟର, ଏବେ ମକା ଚାଷ କରି ରୋଜଗାର କରୁଛନ୍ତି…

ବେଙ୍ଗାଲୁରୁ,୭ା୯: ଅଧିକାଂଶ ଭାରତୀୟ ଗାଁ ଛାଡ଼ି ସହର ତଥା ବିଦେଶରେ କାମ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ମାତ୍ର ବିଦେଶରେ ମୋଟା ଅଙ୍କର ଦରମା ପାଉଥିବା ଜଣେ ଭାରତୀୟ ଗାଁରେ ଆସି ଚାଷବାସ କରିବା ନିଶ୍ଚିତ ପ୍ରଶଂସାର ବିଷୟ। ଆମେରିକାରେ ଲକ୍ଷାଧିକ ଟଙ୍କାର ଚାକିରି ଛାଡିବା ପରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଭାରତକୁ ଫେରି ନିଜ ଗାଁରେ ମକା ଚାଷ କରୁଛନ୍ତି। ଏହି ଇଞ୍ଜିନିୟର ଜଣକ ହେଉଛନ୍ତି କର୍ଣ୍ଣାଟକର କାଲାବୁରାଗି ଜିଲାର ଶେଲାଗି ଗାଁ ବାସିନ୍ଦା ସତୀଶ କୁମାର।

ସତୀଶ ଦୁଇ ବର୍ଷ ପୂର୍ବେ ଆମେରିକାରୁ ଫେରି ନିଜ ଗାଁ ଜମିରେ ଚାଷ କରୁଛନ୍ତି। ସେ କହିଛନ୍ତି, ‘ମୁଁ ଲସ୍‌ ଆଞ୍ଜେଲସ, ଆମେରିକା ଏବଂ ଦୁବାଇରେ ଜଣେ ଇଞ୍ଜିନିୟର ଭାବେ କାମ କରୁଥିଲି। ଯୁକ୍ତରାଷ୍ଟ୍ରରେ ବର୍ଷକୁ ୧ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୩ ଲକ୍ଷରୁ ଅଧିକ ପାଉଥିଲି। ମାତ୍ର ଏଥିରେ ସନ୍ତୁଷ୍ଟ ନ ଥିଲି। ସେ ସବୁବେଳେ ଚାହଁୁଥିଲେ ନିଜ ମାଟିକୁ ଫେରିଆସିବା ପାଇଁ। ଶେଷରେ ସେ ଆମେରିକା ଛାଡ଼ି ଭାରତ ଫେରି ଚାଷକାର୍ଯ୍ୟ କଲେ। ମକାଚାଷ କରି ଏଥିରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ସେ କହିଛନ୍ତି, ‘ମୁଁ ବୋକା ଥିଲି। ସେଠାରେ ଚ୍ୟାଲେଞ୍ଜ ନ ଥିଲା ଏବଂ ମୁଁ ମୋର ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେଇ ପାରିଲି ନାହିଁ। ତେଣୁ ମୋ’ ଗାଁକୁ ଫେରିବାକୁ ସ୍ଥିର କଲି। ୨ ବର୍ଷ ତଳେ ଚାଷକାର୍ଯ୍ୟ ଆରମ୍ଭ କରିଥିଲି। ଗତ ମାସରେ ସେ ୨.୫ ଏକର ଜମିରୁ ୨.୫ ଲକ୍ଷ ଟଙ୍କାର ମକା ବିକ୍ରି କରିଥିବା ଏକ ସାକ୍ଷାତକାରରେ କହିଛନ୍ତି।

Share