ପୂର୍ବତନ ବାଚସ୍ପତିଙ୍କୁ ଅଫିସ ଖାଲି କରିବାକୁ ନୋଟିସ

ଓ୍ବାଶିଂଟନ୍‌,୫।୧୦: ଆମେରିକାର ସର୍ବୋଚ୍ଚ ପଦବୀ ମଧ୍ୟରୁ ଗୋଟିଏ ହେଉଛି ସଂସଦର ବାଚସ୍ପତି। ଆମେରିକାର ପୂର୍ବତନ ବାଚସ୍ପତି ନାନ୍ସି ପେଲୋସିଙ୍କ ସ୍ଥାନରେ ପ୍ରୋ-ଟେମ ବାଚସ୍ପତି ପାଟ୍ରିକ ମ୍ୟାକ ହେନେରି ବର୍ତ୍ତମାନ ଦାୟିତ୍ୱ ସମ୍ଭାଳୁଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ହେନେରୀ ନାନ୍ସିଙ୍କୁ କ୍ୟାପିଟାଲ ହିଲ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦି ହିଲ୍ର ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରଥମ ଥର ପାଇଁ ବାଚସ୍ପତିଙ୍କୁ ହଟାଇବା ପାଇଁ ଭୋଟିଂ ହୋଇଛି। କାଲିଫର୍ନିଆରୁ ନିର୍ବାଚିତ ରିପବ୍ଲିକାନ କେଭିନ ମ୍ୟାକାର୍ଥୀଙ୍କୁ ଐତିହାସିକ ଭୋଟ ପରେ ପଦରୁ ବହିଷ୍କୃତ କରାଯାଇଛି। ଏବେ ତାଙ୍କ ସ୍ଥାନରେ ମ୍ୟାକ ହେନେରୀ ଅଛନ୍ତି। ମ୍ୟାକାର୍ଥୀ ୨୬୯ଦିନ ବାଚସ୍ପତି ଭାବରେ କାର୍ଯ୍ୟ କରିଛନ୍ତି।

Share