ବିମାନ ରାସ୍ତାରେ ବର୍ଷିଲା ବିଜୁଳି, ବିମାନର ଜରୁରୀ ଅବତରଣ

ୱାଶିଂଟନ,୨୪ ।୧୨: ଆମେରିକାର ସ୍ପିରିଟ ଏୟାର ଲାଇନ୍ସର ବିମାନ ଉପରେ ଆକାଶରୁ ବିଜୁଳି ପଡିବା ପରେ ଏହାର ଜରୁରୀ ଅବତରଣ କରାଯାଇଛି । ବିମାନଟି ଫିଲାଡେଲଫିୟାରୁ ଟେକଅପ କରି କ୍ୟାନକନ ଯାତ୍ରା କରୁଥିଲା । ଏହି ସମୟରେ ଚାଳକ ଦଳର ସଦସ୍ୟ ୨ଥର ବିଜୁଳି ପଡିବା ଲକ୍ଷ୍ୟ କରିଥିଲେ । ଏହାପରେ ତୁରନ୍ତ ବିମାନର ଜରୁରୀ ଅବତରଣ କରାଯାଇଥିଲା ।
ଏୟାର ଲାଇନ ପକ୍ଷରୁ ଦିଆଯାଇଥିବା ଏକ ବୟାନରେ କୁହାଯାଇଛି କି ବିମାନଟି କ୍ୟାନକନ ଯାତ୍ରା କରୁଥିଲା । ଏହି ସମୟରେ ଆକାଶରେ ଚାଳକ ଦଳର ସଦସ୍ୟ ବିଜୁଳି ପଡିବାର ଦେଖିବା ପରେ ବିମାନଟିକୁ ତୁରନ୍ତ ଫେଲାଡେଲଫିୟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲେ । ବୟାନରେ କୁହାଯାଇଛ କି ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ହେଲେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ସଂଖ୍ୟା କେତେଥିଲା ତାହା ସ୍ପଷ୍ଟ କରାଯାଇନାହିଁ ।

Share