Categories: ଖେଳ

ଟ୍ରାକ୍‌ରୁ ଦୂରେଇ ଗଲେ ଉସେନ ବୋଲ୍ଟଙ୍କୁ ହରାଇଥିବା ଧାବକ

ଲସ୍‌ ଏଞ୍ଜେଲସ୍‌,୧୧।୨: ଆମେରିକାର କିମ୍ବଦନ୍ତୀ ଧାବକ ଜଷ୍ଟିନ ଗାଟଲିନ ଗୁରୁବାର ଆଥ୍‌ଲେଟିକ୍ସରୁ ସନ୍ନ୍ୟାନ ଘୋଷଣା କରିଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସେ କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନେକ ବିଶ୍ୱ ଟାଇଟଲ ସହ ଅଲିମ୍ପକ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ରନରଙ୍କ କ୍ୟାରିୟରର ଡୋପିଂ ବିବାଦ ଯୋଗୁ ବେଶ୍‌ ପ୍ରଭାବିତ ହୋଇଥିଲା। ୨୦୦୪ ଏଥେନ୍ସ ଅଲିମ୍ପିକ୍‌ର ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ୪୦ ବର୍ଷୀୟ ଭେଟେରାନ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ‘ଡିଅର ଟ୍ରାକ’ ଜରିଆରେ ସନ୍ନ୍ୟାସ ଘୋଷଣା କରିଛନ୍ତି।

“ମୁଁ ଟ୍ରାକ୍‌ ତୁମକୁ ଭଲ ପାଇଛି। ତୁମେ ମୋତେ ଖୁସି ଓ ଦୁଃଖର ଲୁହ ଦେଇଛ। ଯେଉଁ ଶିକ୍ଷା ପାଇଛି, ତାହା କଦାପି ଭୁଲିବି ନାହିଁ। ଏହି ପ୍ରେମ ଲିଭିବ ନାହିଁ” ବୋଲି ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ସେ ଉଦ୍ୟମ କରିଥିଲେ। କିନ୍ତୁ ମାଂସପେଶୀ ଜନିତ ଆହତ ସମସ୍ୟା ଯୋଗୁ ଗାଟଲିନଙ୍କ ଆଶା ପୂରଣ ହୋଇ ନ ଥିଲା। ସେ ୨୦୦୧ ଓ ୨୦୦୬ରେ ବିଫଳ ହୋଇଥିଲେ ଡୋପ୍‌ ଟେଷ୍ଟରେ।

Share