ଜି -୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧ ହେବ ଶୀର୍ଷ ପ୍ରସଙ୍ଗ: ଆମେରିକା

ଓ୍ବାଶିଂଟନ୍‌,୯।୮: ୟୁକ୍ରେନ-ରୁଷିଆ ଯୁଦ୍ଧ ବର୍ତ୍ତମାନ ବିଶ୍ୱ ଚିନ୍ତାର ବିଷୟ ପାଲଟିଛି। ଏହି କାରଣରୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ଯୁଦ୍ଧ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହେବ। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ଜି -୨୦ ସମ୍ମିଳନୀ ସମୟରେ ସହଯୋଗୀ ତଥା ଅଂଶୀଦାରମାନଙ୍କ ସହ ବୈଠକ ଏବଂ ବାର୍ତ୍ତାଳାପରେ ଆମେ ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ। ଏହା ଆମର ବାର୍ତ୍ତାଳାପର ଏକ ପ୍ରମୁଖ ବିଷୟ ହେବ ଏବଂ ମୋର ଏଥିରେ କୌଣସି ସନ୍ଦେହ ନାହିଁ।

Share