ମୋଗାଦିସୁ,୨୨ ।୧: ଆମେରିକା ସେନା ଶୁକ୍ରବାର ୨୦ ଜାନୁୟାରୀରେ ସୋମାଲି ସହର ଉପରେ ବଡଧରଣର ଆକ୍ରମଣ କରିଛନ୍ତି । ଏଥିରେ ଅଲ ଶବାବର ୩୦ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏଠାରେ ସୋମାଲିଆ ସେନା ଓ ଅଲ ଶବାବର ଯୋଦ୍ଧାଙ୍କ ମଧ୍ୟରେ ଲଢେଇ ଚାଲିଛି । ଆମେରିକା ସେନର ଏହି ଆକ୍ରମଣ ସୋମଲିଆର ରାଜଧାନି ମୋଗାଦିସୁରୁ ୨୬୦ କିଲୋମିଟର ଉତ୍ତର-ପୂର୍ବରେ ଗଲକାଣ୍ଡ ନିକଟରେ ହୋଇଛି । ୟୁଏସ ଆଫ୍ରିକା କମାଣ୍ଡଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ କୌଣସି ଜଣେ ହେଲେ ନାଗରିକଙ୍କ ମୃତ୍ୟୁ ହୋଇନାହିଁ ଅବା ଆହତ ହୋଇନାହାନ୍ତି । ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିମାନ ଆକ୍ରମଣ ସମୟରେ ତଳେ ଆମେରିକା ସେନା ଉପସ୍ଥିତ ନ ଥିଲେ ।
ସୂଚନାଯୋଗ୍ୟ, ୨୦୨୨ରେ ରାଷ୍ଟ୍ରପତି ଜୋ ବାଇଡେନ ଆତଙ୍କବାଦୀ ସଙ୍ଗଠନର ମୁକାବିଲା କରିବାକୁ ଚେଷ୍ଟା କରି ଆମେରିକା ସେନାଙ୍କୁ ପୁଣିଥରେ ମୁତୟନ କରିବା ଲାଗି ପେଣ୍ଟାଗନର ଅନୁରୋଧକୁ ମଞ୍ଜୁରୀ ଦେଇଥିଲେ । ଏହାପରେ ଆମେରିକ ସୋମାଲି ସରକାରଙ୍କୁ ନିରନ୍ତର ସମର୍ଥନ କରୁଛି ।