ଭାରତ-ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ସମର୍ଥନ କରୁଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ଆମେ ପୂର୍ବରୁ କହିଛୁ, ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ସମର୍ଥନ କରିବୁ। ବିଶେଷ କଥା ହେଉଛି, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ର ବାର୍ଷିକୀ ପାଳନ କରାଯିବ। ଏହି ସମୟରେ ଆମେରିକାର ବିବୃତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ନିକଟରେ ତାଙ୍କର ଏକ ବିବୃତ୍ତିରେ ଭାରତ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଉପରେ ଆମେରିକା ବୈଦେଶିକ ବିଭାଗର ମୁଖପାତ୍ରଙ୍କୁ ପଚରାଯାଇଥିଲା। ସେ ଇସଲାମାବାଦରେ ଖଣିଜ ସମ୍ମିଳନୀ ଆୟୋଜିତ ହୋଇଥିଲା, ଯେଉଁଥିରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି ଯେ, ଦେଶ ପୁନଃନିର୍ମାଣ ପାଇଁ ପଡୋଶୀ ଦେଶ ସହ ଆଲୋଚନା ପାଇଁ ସେ ପ୍ରସ୍ତୁତ ଅଛନ୍ତି।

Share