ଭାରତ-ପାକିସ୍ତାନ ମଧ୍ୟରେ ‘ରଚନାତ୍ମକ କଥାବାର୍ତ୍ତା’କୁ ସମର୍ଥନ କରିବ ଆମେରିକା, ହେଲେ ନିଷ୍ପତ୍ତି ସେମାନଙ୍କୁ ନେବାକୁ ପଡିବ

ୱାଶିଂଟନ,୧୦ ।୩: ଆମେରିକା ଗୁରୁବାର ଦୋହରାଇଛି ଯେ ଦୀର୍ଘ ସମୟରୁ ଲାଗି ରହିଥିବା ବିବାଦର ସମାଧାନ କରିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ‘ରଚନାତ୍ମକ କଥାବାତ୍ତା’କୁ ସମର୍ଥନ କରୁଛି । ଆମେରିକା ବୈଦେଶିକ ବିଭାଗର ଏକ ପ୍ରେସ ବ୍ରିଫିଙ୍ଗରେ ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି, ଆମେ ରଚନାତ୍ମକ କଥାବାର୍ତ୍ତାର ସମର୍ଥନ କରୁଛୁ । ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦକୁ ସୁଧାରିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୀତିର ସମର୍ଥନ କରୁଛୁ । ଆମେ ଏକ ଅଂଶିଦାର, ଆମେ ସେହି କଥାକୁ ସମର୍ଥନ କରିବାକୁ ରାଜି ଅଛୁ ଯାହା ସେମାନଙ୍କୁ ଉଚିତ ଲାଗିବ । ପ୍ରାଇସ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ପ୍ରକାର ନିଷ୍ପତ୍ତି ଭାରତ ଓ ପାକିସ୍ତାନକୁ ନେବାକୁ ପଡିବ ।
ନେଡ ପ୍ରାଇସ କହିଛନ୍ତି, ଏହା ଏପରି ନିଷ୍ପତ୍ତି ଯାହା ପାକିସ୍ତାନ ଓ ଭାରତ ନିଜେ ନେବା କଥା । ଏହା ଆମେରିକା ପାଇଁ ନୁହେଁ ଯେ ସେମାନଙ୍କର ପରସ୍ପର ସହ ସମ୍ପର୍କକୁ ନେଇ ଆମେରିକା ନିଷ୍ପତ୍ତି ନେବ । ପାକିସ୍ତାନ ସୀମାରେ ଆତଙ୍କବାଦୀ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବେଶ କିଛି ବର୍ଷ ହେବ ଅନିଶ୍ଚିତତା ମଧ୍ୟରେ ରହିଛି । ଏମିତିକି ଇସଲାମାବାଦ କୌଣସି କଥାବାର୍ତ୍ତା ପାଇଁ ପୂର୍ବ ଭାରତୀୟ ଜମ୍ମୁ-କଶ୍ମୀର ଓ କଶ୍ମୀର ପାଇଁ ଅନୁଚ୍ଛେଦ ୩୭୦କୁ ଲାଗୁ କରିବାକୁ ଦାବି କରି ଆସୁଛି ବୋଲଇ ପ୍ରାଇସ କହିଛନ୍ତି ।

Share