ଟ୍ରାନ୍ସଜେଣ୍ଡର ଆଥଲେଟଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ଆମେରିକା ସୁପ୍ରିମକୋର୍ଟ

ଓ୍ବାଶିଂଟନ,୭।୪: ଆମେରିକା ସୁପ୍ରିମକୋର୍ଟ ଗୁରୁବାର ପଶ୍ଚିମ ଭର୍ଜିନିଆକୁ ଟ୍ରାନ୍ସଜେଣ୍ଡର ଆଥଲେଟ୍ସଙ୍କୁ ସରକାରୀ ବିଦ୍ୟାଳୟର ମହିଳା କ୍ରିଡା ଦଳରୁନିଷିଦ୍ଧ କରୁଥିବା ରାଜ୍ୟ ଆଇନ କାର୍ଯ୍ୟକାରୀ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। କୋର୍ଟ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଏହା ଏଲଜିବିଟିକ୍ୟୁର ଅଧିକାର ସହ ଖେଳ ଖେଳୁଥିବା କୋର୍ଟ କହିଛନ୍ତି।

ନିମ୍ନ ଅଦାଲତଙ୍କ ଦ୍ୱାରା ଲାଗୁ ହୋଇଥିବା ଆଇନ ବିରୋଧରେ ଏକ ଆଦେଶନାମା ହଟାଇବାକୁ ପଶ୍ଚିମ ଭର୍ଜିନିଆର ଅନୁରୋଧକୁ ବିଚାରପତିମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ୧୨ ବର୍ଷର ଟ୍ରାନ୍ସଜେଣ୍ଡର ଗର୍ଲ ବେକି ପେପର ଜ୍ୟାକସନ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରିଥିଲେ।

Share