US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୨।୨: ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏଥିସହ ‘ବ୍ୟବସାୟିକ ଯୁଦ୍ଧ’ ଆରମ୍ଭ ହୋଇଛି। ଟ୍ରମ୍ପ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଏବଂ ଚୀନରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଶନିବାରଠାରୁ ଏହା ତିନୋଟି ଦେଶ ଉପରେ କାର୍ଯ୍ୟକାରୀ ହୋଇଛି, ଯାହାକି ଏହି ଦେଶଗୁଡ଼ିକ ସହିତ ବାଣିଜ୍ୟ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି।

ଗୋଟିଏପଟେ ଏଭଳି ନିଷ୍ପତ୍ତି ବିଶ୍ୱ ପ୍ରତିଯୋଗିତାରେ ଆମେରିକାକୁ ମଜବୁତ କରିବ ବୋଲି ଟ୍ରମ୍ପ ଆଶା କରୁଥିବା ବେଳେ ଏହା ବିଶ୍ୱ ବାଣିଜ୍ୟରେ ମୁଦ୍ରାସ୍ଫୀତି ଏବଂ ଅସ୍ଥିରତା ବୃଦ୍ଧି କରିପାରେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ତେବେ ପୂର୍ବରୁ ଟ୍ରମ୍ପ ଏନେଇ ଘୋଷଣା କରିସାରିଥିଲେ। କ୍ଷମତା ଗ୍ରହଣ କରିବା ପରେ ସେ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଏବଂ କାନାଡା-ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ ବୋଲି ସେ କହିଥିଲେ।

ଶୁଳ୍କ ଲାଗୁ କରିବା ନିର୍ଦ୍ଦେଶରେ ସ୍ବାକ୍ଷର କରିବା ପରେ ଟ୍ରମ୍ପ କହିଛନ୍ତି, ଆଜି ମୁଁ ମେକ୍ସିକୋ ଏବଂ କାନାଡାରୁ ଆମଦାନୀ ଉପରେ ୨୫% ଶୁଳ୍କ (କାନାଡିୟ ଶକ୍ତି ଉପରେ ୧୦%) ଏବଂ ଚାଇନା ଉପରେ ଅତିରିକ୍ତ ୧୦% ଶୁଳ୍କ ଲାଗୁ କରିଛି। ଏହା IEEPA ମାଧ୍ୟମରେ କରାଯାଇଥିଲା କାରଣ ଅବୈଧ ବିଦେଶୀ ଏବଂ ଘାତକ ଔଷଧ ଯୋଗୁ ଆମର ନାଗରିକଙ୍କ ମୃତ୍ୟୁ ପ୍ରତି ଏକ ବଡ଼ ବିପଦ ରହିଛି। ଆମକୁ ଆମେରିକୀୟମାନଙ୍କୁ ସୁରକ୍ଷା ଦେବାକୁ ପଡିବ। ରାଷ୍ଟ୍ରପତି ଭାବରେ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ମୋର କର୍ତ୍ତବ୍ୟ। ମୁଁ ମୋର ର୍ନିବାଚନ ପ୍ରଚାରରେ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ ବେଆଇନ ବିଦେଶୀ ଏବଂ ନିଶାଦ୍ରବ୍ୟକୁ ଆମ ସୀମାରେ ପ୍ରବେଶ କରିବାକୁ ବନ୍ଦ କରିବି। ଏହାକୁ ଦୃଷ୍ଟିରେ ରଖି ଆମେରିକୀୟମାନେ ଆମ ସପକ୍ଷରେ ବିପୁଳ ଭୋଟ ଦେଇଥିଲେ।

Trump
ତେବେ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ କାନାଡା ଏବଂ ମେକ୍ସିକୋ ବିରୋଧ କରିଥିଲେ। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଥିଲେ ଯେ ଆବଶ୍ୟକ ହେଲେ ସେ ପ୍ରତିଶୋଧମୂଳକ ଶୁଳ୍କ ମଧ୍ୟ ଲଗାଇପାରିବେ। ଏହି ସମୟରେ, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ କହିଛନ୍ତି ଯେ ଆମେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ। ଏଥିପାଇଁ ଆମର ଏକ ଯୋଜନା ମଧ୍ୟ ଅଛି। ତଥାପି ଏହି ଶୁଳ୍କ ପ୍ରତି ଜବାବରେ ଦୁଇ ଦେଶ କି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେ ବିଷୟରେ କିଛି କୁହାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri