ଛାତ୍ରଙ୍କୁ ନଗ୍ନ ଭିଡିଓ ପଠାଇ ଫସିଲେ ଶିକ୍ଷୟିତ୍ରୀ

ଓ୍ବାଶିଂଟନ୍‌,୨୭।୧୦: ଆମେରିକାର ମିସୋରି ପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷୀୟ ଶିକ୍ଷୟିତ୍ରୀ ୧୬ ବର୍ଷୀୟ ଛାତ୍ରଙ୍କୁ ନଗ୍ନ ଫଟୋ ପଠାଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କ ସହ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ। ହେଲେ ଛାତ୍ର ଜଣକ ସମ୍ପର୍କ ରଖିବାକୁ ଚାହୁଁ ନ ଥିଲେ। ଏନେଇ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ନଗ୍ନ ଫଟୋ ଏବଂ ଭିଡିଓ ଶେୟାର କରିବାକୁ କହିଥିଲେ। ଫଳରେ ଛାତ୍ର ଜଣକ ସୋସିଆଲ ମିଡ଼ିଆ ମାଧ୍ୟମରେ ଶିକ୍ଷୟିତ୍ରୀଙ୍କ ପାଖକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିଲେ। ଏପରିକି ଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଙ୍କ ପାଖକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିଲେ। ସ୍କୁଲରେ ଏହି କଥା ପ୍ରଘଟ ହେବା ପରେ ଶିକ୍ଷୟିତ୍ରୀ ଫଟୋ ଏବଂ ଭିଡିଓ ‘ଡିଲିଟ୍‌’ କରିବାକୁ ଛାତ୍ରଙ୍କୁ କହିଥିଲେ।

ପରବର୍ତ୍ତୀ ସମୟରେ ଗୋଇନ୍ଦା ବିଭାଗ ଅଧିକାରୀ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏପରିକି ଗୋଇନ୍ଦା ବିଭାଗ ଅଧିକାରୀମାନେ ଛାତ୍ରଙ୍କୁ ପଚରାଉଚରା ପରେ ଶିକ୍ଷୟିତ୍ରୀଙ୍କ ନିକଟକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିବା ସ୍ବୀକାର କରିଥିଲେ। ଏପରିକି ଗୋଇନ୍ଦା ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଜେରା କରିଥିଲେ। ସେ ଜେରା ବେଳେ ଛାତ୍ରଙ୍କ ସହିତ ବାର୍ତ୍ତାଲାପ କରୁଥିବା କଥା ସ୍ବୀକାର କଲେ। ସେ କହିଲେ, ଛାତ୍ର ଜଣକ ନାବାଳକ ବୋଲି ସେ ଜାଣି ନ ଥିଲେ। କାରଣ ମିସୋରିରେ ଯୌନ ସମ୍ପର୍କ ପାଇଁ ସମ୍ମତି ଦେବାର ବିଧିବଦ୍ଧ ବୟସ ୧୭ ବର୍ଷ। ଅଭିଯୋଗ ଆଧାରରେ ୨୫ ବର୍ଷୀୟ ଶିକ୍ଷୟିତ୍ରୀଙ୍କ ନାମରେ ୬ଟି ଆପରାଧିକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। କୋର୍ଟର ଦଲିଲ ଅନୁଯାୟୀ, ଜେଲରୁ ମୁକୁଳିବାକୁ ହେଲେ ଶିକ୍ଷୟିତ୍ରୀଙ୍କୁ ଜରିମାନା ବାବଦକୁ ୧୦୦,୦୦୦ ଡଲାର ଦେବାକୁ ପଡିବ ବୋଲି ଜଣାପଡ଼ିଛି।

Share