ଗୁର୍‌ପତ୍‌ଓ୍ବନ୍ତଙ୍କୁ ହତ୍ୟା ଷଡ଼ଯନ୍ତ୍ର ଭଣ୍ଡୁର କରିଥିଲା ଆମେରିକା

ଓ୍ବାଶିଂଟନ୍‌,୨୩ା୧୧: ଖଲିସ୍ତାନୀ ସଙ୍ଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଆଇ) ମୁଖ୍ୟ ଗୁର୍‌ପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କୁ ହତ୍ୟା କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ଆମେରିକା ଭଣ୍ଡୁର କରିଦେଇଥିଲା। ଏନେଇ ଫାଇନାନ୍ସିଆଲ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। କାନାଡା ଓ ଆମେରିକାର ନାଗରିକ ଗୁର୍‌ପତ୍‌ଓ୍ବନ୍ତଙ୍କୁ ହତ୍ୟା ପାଇଁ ଏହି ଚକ୍ରାନ୍ତରେ ଭାରତ ସରକାର ସାମିଲ ଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ତେବେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଅସିନାହିଁ। କାନାଡାର ଭାନ୍‌କୁଭରରେ ଜଣେ ଖଲିସ୍ତାନୀ ନେତାକ ହତ୍ୟାରେ ଓଟାଓ୍ବା ପକ୍ଷରୁ ନୂଆଦିଲ୍ଲୀର ସମ୍ପୃକ୍ତି ଅଭିଯୋଗ ଅଣାଯିବା ପରେ ବର୍ତ୍ତମାନ ଏହି ଚାଞ୍ଚଲ୍ୟକର ରିପୋର୍ଟ ଆସିଛି।

Share