ୱାଶିଂଟନ,୬ ।୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଦୁଇ ଦିନ ଯୁଦ୍ଧ ବିରତି ଘୋଷଣା ପରେ ଆମେରିକା ଏକ ବଡ ଘୋଷଣା କରିଛି । ଆମେରିକା ଯୁଦ୍ଧଗ୍ରସ୍ତ ୟୁପ୍ରେନକୁ ପାଖାପାଖି ୩ ଅରବ ଡଲାର ମୂଲ୍ୟର ସେନା ସହାୟତା ଯୋଗାଇଦେବ, ଯେଉଁଥିରେ ପ୍ରଥମଥର କିଛି ଡଜନ ବ୍ରାଡଲି ଯୁଦ୍ଧ ବାହାନ ସାମିଲ ହୋଇଛି । ଗତ ମାସରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ୱାଶିଂଟନ ଯାତ୍ରା ପରେ ଏହି ସହାୟତା ଘୋଷଣା କରାଯାଇଛି । ଆମେରିକା ଅଧିକାରୀମାନେ ଗୁରୁବାର କହିଛନ୍ତି ବାଇଡେନ ପ୍ରଶାସନର ଘାତକ ଓ ଶକ୍ତିଶାଳୀ ଅସ୍ତ୍ର ପଠାଇବାର ନୂଆ ଯୋଜନା ୟୁକ୍ରେନରୁ ରୁଷିଆ ସେନାଙ୍କୁ ପଛକୁ ହଟାଇବାରେ ସାହାଯ୍ୟ କରିବ ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆମେରିକା ପକ୍ଷରୁ ୟୁକ୍ରେନକୁ ଦିଆଯାଇଥିବା ପ୍ରାୟ ୨.୮୫ ଡଲାରର ସେନା ସହାୟତା ମଧ୍ୟରେ ସେନା ଉପକରଣର ବଡ ଶୃଙ୍ଖଳା ରହିଛି । ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସେନା ଉପକଣକୁ ୟୁକେନ୍ ପଠାଇବା ପାଇଁ ନିଜ ଭଣ୍ଡାରରୁ ବାହାର କରିଛି । ଏହାର ଉଦ୍ଦେଶ୍ୟ ଶୀତ ସମୟରେ ୟୁକ୍ରେନ ସେନାକୁ ପୂରା ସହାୟତା ଯୋଗାଇଦେବା, ଫଳରେ ରୁଷିଆ ବିରୋଧରେ ୟୁକ୍ରେନ ଲଢିପାରିବ । ଅଧିକରୀମାନେ କହିଛନ୍ତି ଶୁକ୍ରବାର ଏହି ପ୍ୟାକେଜର ଅଫିସିଆଲ ଘୋଷଣା କରାଯିବ ।