ୟୁକ୍ରେନକୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

ନ୍ୟୁୟର୍କ,୧୭।୩: ଲଗାତର ୨୨ ଦିନ ହେବ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ରୁଷିଆ ଦିନକୁ ଦିନ ୟୁକ୍ରେନ ଉପରେ ଅଧିକ ଆକ୍ରମଣାତ୍ମକ ହୋଇପଡୁଛି। ଏପରି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର ୟୁକ୍ରେନକୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାଇଡେନ ମଧ୍ୟ ଆମେରିକାକୁ ଏକ ଲଙ୍ଗ୍‌ ରେଞ୍ଜ୍‌ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଦେବା ବିଷୟରେ ସୂଚନା ଦେଇଛନ୍ତି। ୟୁକ୍ରେନର ସ୍ବାଧୀନତା ପାଇଁ ଆମେରିକା ଛିଡା ହୋଇଛି ଏବଂ ୟୁକ୍ରେନବାସୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ। ଆମେ ୟୁକ୍ରେନକୁ ଆର୍ଥିକ ଦୃଷ୍ଟିରୁ ଆହୁରି ସାହାଯ୍ୟ କରିବୁ ବୋଲି ସେ କହିଛନ୍ତି।
ଏହି ସଙ୍କଟ ମଧ୍ୟରେ ୬ଟି ଦେଶ ୟୁକ୍ରେନର ମାନବୀୟ ପରିସ୍ଥିତି ଉପରେ ଆଲୋଚନା ପାଇଁ ଆଜି ୟୁଏନଏସସିର ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥି ସହିତ ଅନ୍ତର୍ଜାତୀୟ ନ୍ୟାୟାଳୟ ରୁଷିଆକୁ ତୁରନ୍ତ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

Share