ବିନା ଅନୁମତିରେ ଉତ୍ତର କୋରିଆ ସୀମାକୁ ପଶି ଆସିଲେ ଆମେରିକୀୟ ନାଗରିକ, ହେଲେ ଗିରଫ

ସିଓଲ,୧୯।୭: ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ଜାରି ରହିଛି। ଏହି ସମୟରେ ଉତ୍ତର କୋରିଆ ଜଣେ ଆମେରିକୀୟ ନାଗରିକଙ୍କୁ ଅଟକ ରଖିଛି। ଉତ୍ତର କୋରିଆର ଅଧିକାରୀମାନେ ଦାବି କରିଛନ୍ତି ଯେ, ଆମେରିକାର ନାଗରିକ ବିନା ଅନୁମତିରେ ଉତ୍ତର କୋରିଆ ସୀମାରେ ପ୍ରବେଶ କରିଛନ୍ତି। ମିଳିତ ଜାତିସଂଘ ଟୁଇଟ୍‌ କରି ଏହି ସୂଚନା ଦେଇଛି।

ମିଳିତ ଜାତିସଂଘ କମାଣ୍ଡ ଏକ ଟୁଇଟ୍‌ରେ କହିଛନ୍ତି , ଆମେରିକାର ନାଗରିକ ବିନା ଅନୁମତିରେ ଉତ୍ତର କୋରିଆ ସୀମାକୁ ପ୍ରବେଶ କରିଛନ୍ତି। ଯାହାକୁ ଉତ୍ତର କୋରିଆ ଗିରଫ କରିଛି।

ଏହି ଟୁଇଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜାତିସଂଘ କମାଣ୍ଡ ଏହାର ଉତ୍ତର କୋରିଆ ପ୍ରତିପକ୍ଷଙ୍କ ସହ ଘଟଣାର ସମାଧାନ ପାଇଁ କାର୍ଯ୍ୟ କରୁଛି। ବିନା ଅନୁମତିରେ ଉତ୍ତର କୋରିଆ ସୀମାରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଟୁଇଟ୍‌ରରେ କୌଣସି ସୂଚନା ଦିଆଯାଇ ନାହିଁ। ସେ କାହିଁକି ସୀମା ପାର୍‌ କରିଛନ୍ତି ତାହା ମଧ୍ୟ କୁହାଯାଇନାହିଁ।

Share