ଟ୍ରାକରେ ଫସିଥିବା ଟ୍ରକକୁ ଧକ୍କା ଦେଲା ଟ୍ରେନ, ୧୬ ଆହତ ଥିବା ସୂଚନା…

ସାକ୍ରାମେଣ୍ଟୋ, ୨୯।୬: ଟ୍ରାକରେ ଅଟକି ରହିଥିବା ଟ୍ରକ ସହିତ ମୁହାଁମୁହିଁ ହେବା ପରେ ଦକ୍ଷିଣ କାଲିଫର୍ନିଆରେ ଏକ ଟ୍ରେନ ଟ୍ରାକରୁ ଖସି ପଡିଛି। ଫଳରେ ମୋଟ ୧୬ ଜଣ ଆହତ ହୋଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଟ୍ରକ ଡ୍ରାଇଭରଙ୍କୁ ଟ୍ରମା ସେଣ୍ଟରକୁ ନିଆଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ମେଡିକାଲକୁ ନିଆଯାଇଛି।

କୋଷ୍ଟ ଷ୍ଟାରଲାଇଟ ଟ୍ରେନର ଯାତ୍ରୀମାନେ ଗୁରୁତର ଆହତ ହୋଇ ନ ଥିବା ଅଧିକରୀ କହିଛନ୍ତି। ରେଳ ଲାଇନର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଲସ ଏଞ୍ଜେଲସରୁ ସିଆଟେଲ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ ନମ୍ବର ୧୪ ମୁରପାର୍କ ନିକଟରେ ପୂର୍ବାହ୍ନ ପ୍ରାୟ ୧୧. ୧୫ରେ ଏହି ଘଟଣା ଘଟିଥିବା ଜଣାପଡିଛି। ଧକ୍କା ହେବା ପରେ ଟ୍ରେନଟି ଓଲଟି ପଡିନଥିଲା। ଯାତ୍ରୀଙ୍କ ପାଇଁ ଏକ ବିକଳ୍ପ ଯାତ୍ରା ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି । ଏହି ଦୁର୍ଘଟଣାରେ ପ୍ରାୟ ୧୯୮ ଯାତ୍ରୀ ଏବଂ ୧୩ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ମେଡିକାଲ କର୍ମଚାରୀଙ୍କ ଅନୁଯାୟୀ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

Share