ଜି-୨୦ ବୈଠକରେ ଯୋଗଦେବେ ଆମେରିକାର ଟ୍ରେଜେରୀ ସଚିବ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧।୯: ଜି-୨୦ର ଅଧ୍ୟକ୍ଷତା ପାଇଁ ଭାରତ ପ୍ରସ୍ତୁତ। ଦେପ୍ଟେମ୍ବର ୭ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ପ୍ରମୁଖ ଦେଶର ମୁଖ୍ୟମାନେ ଯୋଗଦେବେ। ତେବେ ଏନେଇ ହ୍ବାଇଟ ହାଉସ ସୂଚନା ଦେଇଛି ଯେ, ଆମେରିକାର ଟ୍ରେଜେରୀ ସଚିବ ଜାନେଟ ଏଲ ୟେଲେନ ଜି-୨୦ ସମ୍ମିଳନୀରେ ଯୋଗଦେବେ। ୧୦ ମାସ ମଧ୍ୟରେ ଏହା ହେଉଛି ତାଙ୍କର ଭାରତକୁ ଚତୁର୍ଥ ଗସ୍ତ।

ଜାନେଟ ଏହି ବୈଠକରେ ବିଶ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା, ବହୁପକ୍ଷୀୟ ବିକାଶ ବ୍ୟାଙ୍କ (ଏମଡବି)ର ବିକାଶ, ଋଣ ପୁନ ନିର୍ମାଣ, ଆଇଏମଏଫ ର ଦାରିଦ୍ର୍ୟ ହ୍ରାସ ଏବଂ ବିକାଶରେ ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡିକୁ ସହାୟତା କରିବା ଉପରେ ଆଲୋଚନା କରିବେ।

ହ୍ବାଇଟ ହାଉସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ କୁହାଯାଇଛି କି, ବୈଠକରେ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ସ୍ବାସ୍ଥ୍ୟ ସୁରକ୍ଷା, ୟୁକ୍ରେନ ପାଇଁ ଆମେରିକାର ସାମୂହିକ ଆର୍ଥିକ ସହାୟତା ନେଇ ନିଜର ପକ୍ଷ ରଖିବୁ।

Share