ଅଗଷ୍ଟରେ ଆମେରିକାରେ ଚାକିରି ଖୋଜିଛନ୍ତ ୭ଲକ୍ଷ ୩୬ହଜାର ଲୋକ

ଓ୍ବାଶିଂଟନ୍‌,୨।୯: ଭାରତ ପରି ଆମେରିକାରେ ମଧ୍ୟ ବେରୋଜଗାରି ହାର ବଢିବାରେ ଲାଗିଛି। ଆମେରିକାର ଶ୍ରମ ବିଭାଗ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ବେକାରୀ ହାର ୩.୫ରୁ ବଢି ୩.୮ପ୍ରତିଶତକୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଅନୁଯାୟୀ, ବହୁ ସଂଖ୍ୟକ ଲୋକ ଆମେରିକାରେ ଚାକିରି ଖୋଜୁଛନ୍ତି। ଅଗଷ୍ଟରେ ୭ଲକ୍ଷ ୩୬ହଜାର ଲୋକ ଆମେରିକାରେ ଚାକିରି ଖୋଜୁଛନ୍ତି।

ସେହିପରି ଆମେରିକାରେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଅନୁପାତ ୬୨.୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୦ ଠାରୁ ଏହି ଅନୁପାତ ସର୍ବୋଚ୍ଚ ସ୍ତରରେ ଥିଲା। କାରଣ କରୋନାରେ ବହୁ ଲୋକ ଚାକିରି ହରାଇଥିଲେ।

ତେବେ ଗଲା ଅଗଷ୍ଟ ମାସରେ ୧.୫ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ମିଳିଛି। ପ୍ରାୟ ୧ଲକ୍ଷ ୮୭ହଜାର ଲୋକ ଆମେରିକାରେ ଚାକିରି ପାଇଥିଲେ। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜୁନରୁ ଅଗଷ୍ଟ ମଧ୍ୟରେ ଆମେରିକାରେ ୪ଲକ୍ଷ ୪୯ହଜାର ଲୋକଙ୍କୁ ଚାକିରି ମିଳିଥିଲା।

Share