କିମ୍‌ଙ୍କୁ ଆମେରିକାର ଚେତାବନୀ, ଆଣବିକ ପରୀକ୍ଷଣ କଲେ ମିଳିବ କଡ଼ା ଜବାବ…

ଓ୍ବାଶିଂଟନ, ୭।୬ : ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେରମାନ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି ଉତ୍ତର କୋରିଆ ଆଣବିକ ପରୀକ୍ଷଣ କରେ ତେବେ ଏହାର କଡ଼ା ଜବାବ ଦିଆଯିବ। ୱେଣ୍ଡି ଏବେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଅଛନ୍ତି, ଯେଉଁଠାରେ ସେ ଜାପାନ ଏବଂ ଦକ୍ଷିଣ କୋରିଆର ନେତାମାନଙ୍କୁ ଭେଟି ସାମ୍ପ୍ରତିକ ଉତ୍ତେଜନା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଏଭଳି କାର୍ଯ୍ୟ ନେଇ ଓ୍ବେଣ୍ଡି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି।

ଆମେରିକା ଏବଂ ଦକ୍ଷିଣ କୋରିଆର ଅଧିକାରୀମାନେ କହିଛନ୍ତି ଯେ ଉତ୍ତର କୋରିଆ ଏହାର ଉତ୍ତର-ପୂର୍ବ ସହର ପୁଙ୍ଗୟେ-ରିରେ ଥିବା ପରମାଣୁ ପରୀକ୍ଷଣ ଅଞ୍ଚଳରେ ଆଉ ଏକ ଆଣବିକ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଏହାପୂର୍ବରୁ, ଉତ୍ତର କୋରିଆ ସେପ୍ଟେମ୍ବର ୨୦୧୭ରେ ସମାନ ସ୍ଥାନରେ ଆଣବିକ ପରୀକ୍ଷଣ କରିଥିଲା। ଉତ୍ତର କୋରିଆ ଏହାର ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପାଇଁ ଡିଜାଇନ ହୋଇଥିବା ଥର୍ମୋନ୍ୟୁକ୍ଲିୟର ୱାରହେଡ ପରୀକ୍ଷା କରିଥିବା ଦାବି କରିଥିଲା।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କହିଛି ଯେ ଯଦି କିମ୍‌ ପୁଣି ଆଣବିକ ପରୀକ୍ଷଣ କରନ୍ତି ତେବେ ଉତ୍ତର କୋରିଆ ଉପରେ ଅତିରିକ୍ତ ଅନ୍ତର୍ଜାତୀୟ କଟକଣା ଲାଗୁ କରାଯିବ। ଦକ୍ଷିଣ କୋରିଆର ଡେପୁଟି ବୈଦେଶିକ ମନ୍ତ୍ରୀ ଚୋ ହୁନ-ଡୋଙ୍ଗଙ୍କ ସହ ସାକ୍ଷାତ ପରେ ଶେରମାନ କହିଛନ୍ତି ଯେ ଉତ୍ତର କୋରିଆ ଦ୍ୱାରା କରାଯିବାକୁ ଥିବା ଯେ କୌଣସି ଆଣବିକ ପରୀକ୍ଷା ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପଗୁଡିକର ସମ୍ପୂର୍ଣ୍ଣ ଉଲ୍ଲଂଘନ ହେବ। ଏଭଳି ପରୀକ୍ଷଣ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହାର ଉପଯୁକ୍ତ ଉତ୍ତର ଦିଆଯିବ ବୋଲି ସେ କହିଛନ୍ତି।

ଆମେରିକାର ଡେପୁଟି ସେକ୍ରେଟେରୀ କହିଛନ୍ତି ଯେ ଆମେ ଉତ୍ତର କୋରିଆକୁ ଏହାର ଅସ୍ଥିରତା ତଥା ଉତ୍ତେଜନାମୂଳକ କାର୍ଯ୍ୟକଳାପ ବନ୍ଦ କରିବାକୁ ଏବଂ କୂଟନୈତିକ ପଥ ବାଛିବା ପାଇଁ ଅନୁରୋଧ ଜାରି ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri