ପାକିସ୍ତାନକୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୫।୧୨- ଅନ୍ତିମ ଚରଣରେ ପହଞ୍ଚତ୍ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଜାରି ରଖିଛି। ଆମେରିକାର ଓ୍ବାଲ ଷ୍ଟ୍ରିଟ୍‌ ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଓମାର ସଇଦଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନର ସିନ୍ଧ ହାଇ କୋର୍ଟ। ୨୦୦୨ରେ ଘଟିଥିବା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓମାରଙ୍କୁ ଚଳିତ ବର୍ଷ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ଏହାସତ୍ତ୍ୱେ ତାଙ୍କୁ ଜେଲରେ ରଖାଯାଇଥିଲା। ଏହି ନିଷ୍ପତ୍ତି ବିରୋଧରେ ଅପିଲ କରାଯିବା ପରେ ଓମାରଙ୍କୁ ଛାଡ଼ିବାକୁ ସିନ୍ଧ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛି।

ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଯଡ଼ିତ ଥିବା ଓମାରଙ୍କୁ ଜେଲ୍‌ରୁ ଛାଡ଼ିବାକୁ ପାକିସ୍ତାନର ଏକ ହାଇ କୋର୍ଟ ଦେଇଥିବା ନିର୍ଦ୍ଦେଶ ପାଇଁ ଗଭୀର ଚିନ୍ତିତ। ଆମେ ନିଶ୍ଚିତ କରିବାକୁ ଚାହୁଁ ଯେ, ସାମ୍ବାଦିକ ପର୍ଲଙ୍କ ହତ୍ୟାକାରୀଙ୍କୁ ଏପର୍ଯ୍ୟନ୍ତ ଜେଲ୍‌ରୁ ଛଡ଼ା ଯାଇ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

Share