ଅସ୍ତ୍ରବିରତି ପାଇଁ ଭାରତ-ପାକ ରାଜି ଘଟଣାକୁ ସ୍ୱାଗତ କଲା ଆମେରିକା

ୱାଶିଂଟନ,୨୬ ।୨: ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡାକଡି ପାଳନ କରିବା ଲାଗି ଭାରତ-ପାକିସ୍ତାନ ସହମତ ହୋଇଥିବା ବିବୃତିକୁ ସ୍ୱାଗତ କରିଛି ଆମେରିକା । ଆମେରିକା କହିଛି ଏହା ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତାର ଦେଶ ଭାବେ ଏକ ସକରାତ୍ମକ ପଦକ୍ଷେପ । ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି ଗୁରୁବାର ଦୈନିକ ଖବରଦାତା ସମ୍ମିଳନୀରେ କହିଛନ୍ତି ବାଇଡେନ ପ୍ରଶାସନ ପାକିସ୍ତାନ ନେତା ଓ ଅଧିକାରୀଙ୍କ ସହ ସମ୍ପର୍କରେ ରହିଛି । ସାକି କହିଛନ୍ତି ଆମେରିକା ଭାରତ-ପାକିସ୍ତାନ ମିଳିତ ବୟାନର ସ୍ୱାଗତ କରୁଛି । ଯେ ଦୁଇ ଦେଶ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତିକୁ କଡାକଡି ଭାବେ ପାଳନ କରିବେ । ଆଉ ଏହା ଫେବୃୟାରୀ ୨୫ରୁ ଲାଗୁ ବି ହୋଇଯାଇଛି । ସୂଚନାଯୋଗ୍ୟ, ଦୁଇ ଦେଶର ସାମରିକ ଅଭିଯାନର ମହାନିର୍ଦ୍ଦେଶକ(ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

Share