ସାଣ୍ଡଓ୍ବିଚ ଅର୍ଡର କରି ଟିପ୍ସରେ ଦେଲେ ୬ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୨୬।୧୧: କୌଣସି ଭଲ ରେଷ୍ଟୁରାଣ୍ଟରେ ଖାଇବା ପରେ ଆପଣ ଓ୍ବେଟରଙ୍କୁ ଟିପ୍ସ ଦେବାକୁ ପସନ୍ଦ କରନ୍ତି। ଖାଇବା ଓ ସର୍ଭିସରେ ଖୁସି ହେଲେ ଓ୍ବେଟରଙ୍କୁ ଏହି ଟିପ୍ସ ଦିଆଯାଇଥାଏ। ଭାରତରେ ଲୋକେ ୧୦-୨୦ଟଙ୍କା ଟିପ୍ସ ଦେଇଥାନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଜଣେ ମହିଳା ୬ଲକ୍ଷ ଟଙ୍କାର ଟିପ୍ସ ଦେଇଛନ୍ତି। ଅଜବ ଲାଗୁଛି ନା।
ଆମେରିକାର ଜଣେ ମହିଳା ବେରୋ କର୍ନର ସବଓ୍ବେରୁ ସାଣ୍ଡଓ୍ବିଚ ଅର୍ଡର କରିଥିଲେ। ଅର୍ଡର ରିସିଭ କରିବା ସମୟରେ ସେ ସାଣ୍ଡଓ୍ବିଚର ପେମେଣ୍ଟ କରିବା ସହ ଟିପ୍ସରେ ୬ଲକ୍ଷ ଟଙ୍କା ଦେଇଥିଲେ। ଭୁଲରେ ଏପରି ଟଙ୍କା ପେମେଣ୍ଟ କରିଥିବା ସେ କହିଛନ୍ତି। ସାଣ୍ଡଓ୍ବିଚର ଦାମ ୬୨୮ଟଙ୍କା ଥିବାବେଳେ ସେ ଅଜାଣତରେ ୫ଲକ୍ଷ ୯୧ହଜାର ୯୫୧ଟଙ୍କା ଟିପ୍ସ ଦେଇ ଦେଇଥିଲେ। କର୍ନର ବ୍ୟାଙ୍କ ଅଫ ଆମେରିକାର କ୍ରେଡିଟ କାର୍ଡରେ ଏହି ପେମେଣ୍ଟ କରିଥିଲେ।

ପେମେଣ୍ଟ କରିସାରି ମଧ୍ୟ ସେ ଜାଣି ପାରି ନ ଥିଲେ। ଯେତେବେଳେ ମାସ ଶେଷରେ ସେ ଆକାଉଣ୍ଟ ଚେକ୍‌ କରିଥିଲେ। ତା’ପରେ ଟଙ୍କା କଟିଥିବା ଜାଣିପାରିଲେ। ସେ ତାଙ୍କ ବ୍ୟାଙ୍କକୁ ଯୋଗାଯୋଗ କରିଥିବା ସତ୍ତ୍ୱେ ଟଙ୍କା ଆଉ ଫେରସ୍ତ ପାଇ ନ ଥିଲେ।

Share