ଘରେ ଏକୁଟିଆ ଦେଖି ବିଦେଶୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲେ ନକଲି ସାଧୁ: ଘଟିଲା ଏଭଳି କିଛି…

ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଯାତ୍ରାରେ ଆମେରିକାରୁ ତାମିଲନାଡୁ ଆସିଥିବା ଜଣେ ମହିଳା ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ ମାରି ଏବେ ଚର୍ଚ୍ଚାରେ। ମହିଳାଜଣଙ୍କ ମାର୍ଶଲ ଆର୍ଟରେ ତାଲିମ ନେଇଥିଲେ। ଫଳରେ ବ୍ୟକ୍ତିଜଣଙ୍କ ମହିଳାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଏକ ଘଟଣା ତାମିଲନାଡୁର ତିରୁବନ୍ନାମଲାଇରେ ଦେଖିବାକୁ ମିଳିଛି।

ମାର୍ଚ୍ଚରେ ମହିଳାଜଣଙ୍କ ତିରୁବନ୍ନାମଲାଇ ଆସିଥିଲେ। ରାମନା ଆଶ୍ରମ ପରିଦର୍ଶନ କରିବା ପରେ ଆମେରିକାକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସେ ଭାରତରେ ଅଟକି ରହିଥିଲେ। ଏଥିପାଇଁ ସେ ତାଙ୍କର ଭିସା ଅବଧି ବଢ଼ାଇ ସହରରେ ଏକ ଭଡା ଘର ନେଇ ରହିଆସୁଛନ୍ତି।

ତେବେ ରବିବାର ମହିଳା ଜଣକ ତାଙ୍କ ଘର ବାହାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଜଣେ ସାଧୁ ଭଳି ପୋଷାକ ପିନ୍ଧିଥିବା ବ୍ୟକ୍ତି ତାଙ୍କ ନିକଟକୁ ଆସିଥିଲେ। ସେ ତାଙ୍କୁ ଘର ଭିତରକୁ ଠେଲି ଦେଇ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ। ମହିଳା ମାର୍ଶଲ ଆର୍ଟ ଟ୍ରେନିଂ ନେଇଥିଲେ। ପରିସ୍ଥିତିକୁ ଦେଖି ସେ ନିଜ କୌଶଳର ଉପଯୋଗ କରି ଅଭିଯୁକ୍ତକୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ସେ ପୁଣିଥରେ ତାଙ୍କୁ ଛୁଇଁବାକୁ ସାହସ କରି ନ ଥିଲେ।

ଅଭିଯୁକ୍ତ ଜଣକ ନମକକାଲର ବାସିନ୍ଦା ମାଣିକନ୍ଦନ ବୋଲି ଜଣାପଡିଛି। ସେ ନିକଟସ୍ଥ ମନ୍ଦିରଗୁଡ଼ିକରେ ବୁଲୁଥିଲେ ଏବଂ ନିଜକୁ ସାଧୁ ବୋଲି କହିଆସୁଥିଲେ। ଏବେ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏପରିକି ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ କହିଛି।

Share