ଆମେରିକାର ଟେକ୍ସାସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବୟଫ୍ରେଣ୍ଡଙ୍କ ଫୋନ ଆଉ ଜଣେ ଯୁବତୀ ଉଠାଇବାରୁ ରାଗରେ ଗର୍ଲଫ୍ରେଣ୍ଡ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ପୋଳିସ ସମ୍ପର୍କ ଯୁବତୀଙ୍କୁ ଗିରଫ କରିଛନ୍ତି। ଗିରଫ ଯୁବତୀ ଜଣଙ୍କ ହେଲେ ୨୩ ବର୍ଷୀୟା ସିନୌଡା ମେରି ସୋଟୋ। ପୋଲିସ କହିଛି ଯେ, ସୋଟୋ ତାଙ୍କ ପ୍ରେମିକଙ୍କୁ ଫେସ୍ ଟାଇମ୍ରେ ଭିଡିଓ କଲ୍ କରିଥିଲେ। ଏହା ପରେ ଅନ୍ୟ ଜଣେ ମହିଳା ଫୋନ ଉଠାଇଥିଲେ। ଏଥିରେ ସୋଟୋ ରାଗିଯାଇ ବୟଫ୍ରେଣ୍ଡ୍ଙ୍କ ବାସଭବନ ସୋଫାରେ ନିଆଁ ଲଗାଇଲେ। ପରେ ପୁରା ଘରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ୫୦ ହଜାର ଡଲାରର କ୍ଷତି ହୋଇଥିଲା। ପ୍ରକୃତରେ ଫୋନ ଉଠାଇଥିବା ଯୁବତୀ ଜଣଙ୍କ ସୋଟୋଙ୍କ ବୟଫ୍ରେଣ୍ଡଙ୍କ ସମ୍ପର୍କୀୟ ଥିଲେ। ପୋଲିସ ଏହି ଘଟଣାରେ ସୋଟୋଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରି ଗିରଫ କରିଥିଲା।