ଆମେରିକାରେ ତୀବ୍ର ହେଉଛି ମହିଳାଙ୍କ ‘ସେକ୍ସ ଷ୍ଟ୍ରାଇକ’

ୱାଶିିଂଟନ ୨୭।୬ : ଆମେରିକା ସୁପ୍ରିମକୋର୍ଟ ମହିଳାଙ୍କ ଗର୍ଭପାତକୁ ନେଇ ଦେଇଥିବା ରାୟକୁ ବିରୋଧ କରି ମହିଳାମାନେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ମହିଳାମାନେ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ଧମକ ମଧ୍ୟ ଦେଇଛନ୍ତି। ଏହାକୁ ସେମାନେ ସେକ୍ସ ଷ୍ଟ୍ରାଇକ(ଆନ୍ଦୋଳନ) ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ମହିଳାମାନଙ୍କର ଗର୍ଭପାତ ଅଧିକାର କ୍ଷୁର୍ଣ୍ଣ କରୁଛି। ଏନେଇ ଦେଶର ୨୬ ରାଜ୍ୟରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲାଗିପାରେ ବୋଲି ଜଣାପଡ଼ିଛି।

ଗର୍ଭପାତକୁ ସଂଘୀୟ ଆଇନ ଭାବେ ଘୋଷଣା କରାଯାଇନାହିଁ। ସେହି ଦିନ ପର୍ଯ୍ୟନ୍ତ ମହିଳାମାନେ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ମହିଳାମାନଙ୍କ ଏହି ସେକ୍ସ ଷ୍ଟ୍ରାଇକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share