ଜୟଶଙ୍କର, ବ୍ଲିଙ୍କେନ୍‌ଙ୍କ ସାକ୍ଷାତ ସମୟରେ କାନାଡା ବିବାଦ ଉପରେ ହୋଇନାହିଁ ଆଲୋଚନା

ଓ୍ବାଶିଂଟନ୍‌,୨୯।୯: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ୱାଶିଂଟନ ଡିସିରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, କିନ୍ତୁ ଆମେରିକା ନିଜାରଙ୍କ ହତ୍ୟା ମାମଲାରେ ଏସ ଜୟଶଙ୍କରଙ୍କ ସହ କୌଣସି ଆଲୋଚନା କରିନାହିଁ।

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ କହିଥିଲେ ଯେ, ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ନିଜାରଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇବାକୁ ସେ ଆମେରିକାକୁ ନିବେଦନ କରିଛନ୍ତି, କିନ୍ତୁ ବର୍ତ୍ତମାନ ଆମେରିକା ସ୍ପଷ୍ଟ ଭାବେ କହିଛି ଯେ, ଜୟଶଙ୍କର ଏବଂ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟରେ ଭାରତ- କାନାଡା ବିବାଦ ଉପରେ କୌଣସି ଆଲୋଚନା ହୋଇନଥିଲା।

Share