ୟୁକ୍ରେନଙ୍କୁ ସାହାଯ୍ୟ ଦେବା ସପକ୍ଷରେ ନୁହେଁ ରାମସ୍ବାମୀ

ଓ୍ବାଶିଂଟନ,୨୮।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ଏବେ ଆଲୋଚକଙ୍କ ଟାର୍ଗେଟକୁ ଆସିଯାଇଛନ୍ତି। ଯେତେବେଳେ ସେ ରିପବ୍ଲିକାନ ପାର୍ଟି ବିତର୍କ ସମୟରେ କହିଥିଲେ ଯେ ସେ ୟୁକ୍ରେନକୁ ଆର୍ଥିକ ସହାୟତା ଦେବା ବିରୁଦ୍ଧରେ ଅଛନ୍ତି ଏବଂ ରୁଷିଆ ବିରୋଧରେ ଯୁଦ୍ଧରେ ସେ ୟୁକ୍ରେନକୁ ସମର୍ଥନ କରିବେ ନାହିଁ ସେତେବେଳେ ସେ ସମସ୍ତଙ୍କ ଦୃଷ୍ଟିକୁ ଆସିଯାଇଥିଲେ।
ସୂଚନାଯୋଗ୍ୟ ଯେ ୟୁକ୍ରେନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କର ମଧ୍ୟ ସମାନ ଆଭିମୁଖ୍ୟ ରହିଛି। ତେବେ ତାଙ୍କ ଷ୍ଟାଣ୍ଡ ହେତୁ ବିବେକ ରାମସ୍ବାମୀ ରାଷ୍ଟ୍ରପତିଙ୍କ ବିତର୍କ ସମୟରେ ଅନ୍ୟ ପ୍ରାର୍ଥୀଙ୍କ ଆକ୍ରମଣର ଶିକାର ହୋଇଥିଲେ।
ସେପ୍ଟେମ୍ବର ୨୭, ବୁଧବାର କାଲିଫର୍ନିଆର ସିମି ଭ୍ୟାଲିରେ ଥିବା ରେଗାନ ଲାଇବ୍ରେରୀ ଏବଂ ସଂଗ୍ରହାଳୟରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତିଙ୍କ ବିତର୍କର ଆୟୋଜନ କରାଯାଇଥିଲା। ଏହି ସମୟ ମଧ୍ୟରେ ବିବେକ ରାମସୱାମୀ ୟୁକ୍ରେନ ଯୁଦ୍ଧରେ ରୁଷିଆ ବିରୋଧରେ ଆମେରିକାର ସହାୟତାକୁ ବିରୋଧ କରିଥିଲେ। ଏହା ଉପରେ ରାମସ୍ବାମୀ ଅଲଗା ହୋଇଗଲେ ଏବଂ ଅନ୍ୟ ପ୍ରାର୍ଥୀମାନେ ଏହି ପ୍ରସଙ୍ଗରେ ରାମସ୍ବାମୀଙ୍କୁ ଆକ୍ରମଣ କରିଥିଲେ। ବିତର୍କ ସମୟରେ ପୂର୍ବତନ ଉପରାଷ୍ଟ୍ରପତି ମାଇକ ପେନ୍ସ, ନିକ୍କି ହାଲି ଏବଂ ନ୍ୟୁ ଜର୍ସିର ପୂର୍ବତନ ଗଭର୍ନର କ୍ରିସ ଖ୍ରିଷ୍ଟୀ ରାମସ୍ବାମୀଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Share