ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବାକୁ ୩ ଦେଶ ସହମତ, ଚାଇନା-ଉତ୍ତର କୋରିଆର ଆକ୍ରମଣାତ୍ମକ ଆଚରଣକୁ କଲେ ନିନ୍ଦା

ଓ୍ବାଶିଂଟନ୍‌,୧୯।୮: ଆମେରିକାରେ ଆୟୋଜିତ ତ୍ରିପାକ୍ଷିକ ସମ୍ମିଳନୀରେ ରାଷ୍ଟ୍ରପତି ଜୋ ବାଇଡେନ, ଦକ୍ଷିଣ କୋରିଆ ଏବଂ ଜାପାନର ନେତା ସାମିଲ ହୋଇଛନ୍ତି। ଏହି ସମୟରେ ସେ ଅର୍ଥନୈତିକ ଏବଂ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଚାଇନା ଏବଂ ଉତ୍ତର କୋରିଆର ଆକ୍ରମଣାତ୍ମକ ଆଚରଣକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଏହି ତିନି ଦେଶ ମିଳିତ ବିବୃତ୍ତିରେ ଚାଇନା ଏବଂ ଉତ୍ତର କୋରିଆକୁ ସମାଲୋଚନା କରିଛନ୍ତି। ଏହା ବ୍ୟତୀତ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ତିନି ଦେଶ ସହମତ ହୋଇଛନ୍ତି।

ଆମେରିକାରେ ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଏକ ତ୍ରିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମୟରେ ସେମାନେ ‘ଦ ସ୍ପିରିଟ ଅଫ କ୍ୟାମ୍ପ ଡେଭିଡ’ ନାମକ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ସମସ୍ତ ଲୋକ, ଅଞ୍ଚଳ ଏବଂ ବିଶ୍ୱର ସୁରକ୍ଷା ଏବଂ ସମୃଦ୍ଧତା ବୋଲି ସେ କହିଛନ୍ତି। ମିଳିତ ବିବୃତ୍ତିରେ ସେମାନେ କହିଛନ୍ତି ଯେ, ଆମେ ଆମର ଅର୍ଥନୀତିକୁ ଦୃଢ, ସ୍ଥିର ଏବଂ ସମୃଦ୍ଧ କରିବାକୁ ଚେଷ୍ଟା କରିବୁ।

ମିଳିତ ବିବୃତ୍ତିରେ ଦକ୍ଷିଣ ଚାଇନା ସାଗରରେ ବଢୁଥିବା ଚାଇନା କାର୍ଯ୍ୟକଳାପକୁ ନେଇ ତିନି ଦେଶ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ସହିତ ସେ ଭାରତ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ଭାରତ ଉପରେ ଚାଇନାର ଏକପାଖିଆ କାର୍ଯ୍ୟକୁ ଆମେ ଦୃଢ ବିରୋଧ କରିବୁ। ଆମେ ଅନ୍ତର୍ଜାତୀୟ ଆଇନ ପ୍ରତି ପ୍ରତିବଦ୍ଧ।

Share