୪ ରୁଷିଆ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୧୮।୮: ଆମେରିକାର ଜୋ ବାଇଡେନ ସରକାର ଗୁରୁବାର ରୁଷିଆର ଚାରିଜଣ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଚାରି ଜଣ ବ୍ୟକ୍ତି ୨୦୨୦ରେ ରୁଷିଆର ବିରୋଧୀଦଳର ନେତା ଆଲେକ୍ସୀ ନବଲନିଙ୍କୁ ବିଷ ଦେବାରେ ସାମିଲ ଥିଲେ। ଏହି ଚାରି ଅଭିଯୁକ୍ତ ହେଉଛନ୍ତି ଆଲେକ୍ସୀ ଆଲେକ୍ସଜାଣ୍ଡ୍ରୋଭ, କନଷ୍ଟାଣ୍ଟିନ କୁଦ୍ରିୟାଭଷ୍ଟେଭ, ଇବାନ ଓସିପୋଭ ଏବଂ ଭ୍ଲାଦିମିର ପାନାୟେଭ।

ଗ୍ଲୋବାଲ ମ୍ୟାଗ୍ନିସ୍କି ଆକ୍ଟ ଅନୁଯାୟୀ ଆମେରିକା ସରକାର ୪ ରୁଷିଆର ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆକ୍ଟ ଅଧୀନରେ ଏହି ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଏ, ଯେଉଁ ଲୋକ ଅତିରିକ୍ତ ନ୍ୟାୟିକ ହେପାଜତରେ ହତ୍ୟା, ନିର୍ଯ୍ୟାତନା କିମ୍ବା ଅନ୍ୟାନ୍ୟ ମାନବିକ ଅଧିକାରର ଉଲ୍ଲଂଘନ କରୁଛନ୍ତି କିମ୍ବା ଉଲ୍ଲଂଘନ କରୁଥିବା ବ୍ୟକ୍ତି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଚାରି ରୁଷିଆ ନାଗରିକଙ୍କୁ ୨୦୨୧ରେ ଏକ ଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଥିଲା।

 

Share