Posted inଖେଳ

ନକ୍‌ ଆଉଟରେ ଆମେରିକା, ନେଦରଲାଣ୍ଡ୍ସ, ଇଂଲଣ୍ଡ, ଡେନ୍‌ମାର୍କ

ଡୁନେଡିନ୍‌,୨ା୮(ପି.ଟି.): ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଓ ଗତ ସଂସ୍କରଣର ରନର୍‌ ଅପ୍‌ ନେଦରଲାଣ୍ଡ୍ସ। ଅନ୍ୟପକ୍ଷରେ ଗ୍ରୁପ୍‌ ଡିରୁ ଇଂଲଣ୍ଡ ଓ ଡେନ୍‌ମାର୍କ ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଭିଏତ୍‌ନାମ ବିପକ୍ଷରେ ୭-୦ର ବୃହତ୍‌ ବିଜୟ ସହିତ ନେଦରଲାଣ୍ଡ୍ସ ନକ୍‌ଆଉଟରେ ପ୍ରବେଶ କରିଥିବା ବେଳେ ପର୍ତ୍ତୁଗାଲ ସହ ମ୍ୟାଚ୍‌ ଡ୍ର ରଖିଥିଲା ଆମେରିକା। ନେଦରଲାଣ୍ଡ୍ସ ଗ୍ରୁପ୍‌ ଇ’ରେ ଟେବୁଲ ଟପ୍ପର ରହିଥିବା ବେଳେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି ।
ନେଦରଲାଣ୍ଡ୍ସର ବୃହତ୍‌ ବିଜୟ: ଭିଏତ୍‌ନାମକୁ ୭-୦ରେ ପରାସ୍ତ କରିବା ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ୍ସ। ଗତ ସଂସ୍କରଣର ରନର ଅପ୍‌ ଡଚ୍‌ ଦଳ ସମଗ୍ର ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ ମ୍ୟାଚ୍‌ର ୭୩ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା। ଭିଏତନାମ ଗୋଲକିପର ଟ୍ରାନ୍‌ ଥି କିମ୍‌ ଥାନ୍ହଙ୍କ କମ୍‌ ଉଚ୍ଚତାର ଫାଇଦା ଉଠାଇ ନେଦରଲାଣ୍ଡ୍ସ ଖେଳାଳି ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରି ଚାଲିଥିଲା। ପ୍ରଥମାର୍ଦ୍ଧରେ ଦଳ ୫ ଗୋଲ ସ୍କୋର କରିଥିଲା। ଦଳ ପକ୍ଷରୁ ଏସ୍‌ମି ବ୍ରଗ୍ଟ(୧୮ ଓ ୫୭ ମିନିଟ), ଜିଲ୍‌ ରୁର୍ଡ(୨୩ ଓ ୮୩ ମିନିଟ) ଡବଲ୍‌ ଗୋଲ ସ୍କୋର କରିଥିବା ବେଳେ ଲିକେ ମେର୍ଟନ୍ସ(୮ ମିନିଟ), କାଟ୍‌ଜା ସ୍ନୋଏସ୍‌(୧୧ ମିନିଟ) ଓ ଡାନିଏଲ ଭାନ୍‌ ଡେ ଡଙ୍କ (୪୫ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୩ ମ୍ୟାଚ୍‌ରୁ ଦୁଇ ବିଜୟ ସହିତ ଦଳ ୭ ପଏଣ୍ଟ ଅର୍ଜନ କରି ନକ୍‌ଆଉଟରେ ପ୍ରବେଶ କରିଛି।
ପଏଣ୍ଟ ବାଣ୍ଟିଲା ଆମେରିକା: ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଅପେକ୍ଷାକୃତ ଦୁର୍ବଳ ପର୍ତ୍ତୁଗାଲ ବିପକ୍ଷରେ ମ୍ୟାଚ୍‌ ଅମୀମାଂସିତ ରଖିଛି। ପ୍ରଥମ ଥର ପାଇଁ ବିଶ୍ୱକପ ଖେଳୁଥିବା ପର୍ତ୍ତୁଗାଲ ମ୍ୟାଚ୍‌ର ୫୬ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା। ଏହା ସହିତ ଆମେରିକା କାଉଣ୍ଟର ଆଟାକ୍‌ କରିବାରେ ମଧ୍ୟ ବିଫଳ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହିତ ଦଳ ୫ ପଏଣ୍ଟ ଅର୍ଜନ କରି ଦ୍ୱିତୀୟ ସ୍ଥାନରେ ରହି ନକ୍‌ଆଉଟକୁ ଯୋଗ୍ୟତା ଅର୍ଜନ କରିଛି। ଆମେରିକାକୁ ୬ଟି କର୍ନର ମିଳିଥିବା ବେଳେ ୧୭ଟି ଶଟ୍‌ ଟାର୍ଗେଟରେ ରହିଥିଲା, ତେବେ ଦଳ ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲା।
ଲରେନ୍‌ ଜେମ୍ସଙ୍କ ଡବଲ୍‌ ଗୋଲ୍‌: ୨୧ ବର୍ଷୀୟ ଫରଓ୍ବାର୍ଡ ଲରେନ୍‌ ଜେମ୍ସଙ୍କ ଡବଲ ଗୋଲ ବଳରେ ଚାଇନାକୁ ୬-୧ ଗୋଲରେ ପରାସ୍ତ କରିଛି ୟୁରୋ କପ୍‌ ଚାମ୍ପିୟନ ଇଂଲଣ୍ଡ। ଇଂଲଣ୍ଡ ପକ୍ଷରୁ ମ୍ୟାଚ୍‌ର ଚତୁର୍ଥ ମିନିଟରେ ସ୍କୋର କରିଥିଲେ ଆଲେସିଆ ରୁଷୋ। ୨୬ ତମ ମିନିଟରେ ଲରେନ୍‌ ହେମ୍ପ ସ୍କୋର କରିବା ସହିତ ଦଳକୁ ୨-୦ରେ ଆଗୁଆ କରିଥିଲେ। ୪୧ ତମ ମିନିଟରେ ମାଞ୍ଚେଷ୍ଟର ୟୁନାଇଟେଡ ଓ ଚେଲ୍‌ସୀ ଷ୍ଟ୍ରାଇକର ଲରେନ୍‌ ଜେମ୍ସ ନିଜର ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୩-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଇଂଲଣ୍ଡ ଆହୁରି ଦୁଇଟି ଗୋଲ ସ୍କୋର କରିଥିଲା। ମ୍ୟାଚ୍‌ର ୫୭ ମିନିଟରେ ଚାଇନାକୁ ପେନାଲ୍ଟି କର୍ନର ମିଳିଥିବା ବେଳେ ଓ୍ବାଙ୍ଗ ସୁଆଙ୍ଗ ଏହାକୁ ଗୋଲ୍‌ କରିଥିଲେ। ୬୫ ତମ ମିନିଟରେ ଲରେନ୍‌ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିବା ବେଳେ କ୍ଲୋଏ କେଲି ୭୭ ଓ ରାଚେଲ୍‌ ଡାଲି ୮୪ ତମ ମିନିଟରେ ଗୋଲ ଦେଇଥିଲେ।
ଡେନମାର୍କ ବନାମ ହାଇତି: ହାଇତିକୁ ୨-୦ରେ ପରାସ୍ତ କରି ନକ୍‌ଆଉଟରେ ପ୍ରବେଶ କରିଛି ଡେନମାର୍କ। ୨୧ ତମ ମିନିଟରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପେରେନିଲ ହାର୍ଡ ସ୍କୋର କରିଥିଲେ। ଇଞ୍ଜୁରୀ ଟାଇମରେ ୯୦+୧୦ ମିନିଟରେ ସାନ୍ନେ ଟ୍ରୋସେଲଗାର୍ଡ ନିଲସେନ୍‌ ଦ୍ୱିତୀୟ ଗୋଲ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri