ତାଲିବାନୀ ପ୍ରତିନିଧୀଙ୍କୁ ଭେଟିଲା ଆମେରିକା, ଆତଙ୍କବାଦ ଉପରେ ଆଲୋଚନା

ଦୋହା,୧।୮: ଆଫଗାନିସ୍ତାନରେ ତାଲିବାନୀଙ୍କ ଜବରଦଖଲ ପରେ ଆମେରିକା ନିଜର ସେନା ପ୍ରତ୍ୟାହାର କରିନେଇଛି ସତ କିନ୍ତୁ ତାଲିବାନ ସରକାରଙ୍କ ସହ ଆମେରିକା ନିରନ୍ତର ଯୋଗାଯୋଗ ସମ୍ପର୍କ ରଖିଛି। ଆମେରିକାର ବରିଷ୍ଠ କୂଟନୀତିଜ୍ଞଙ୍କ ଏକ ଦଳ ତାଲିବାନର କିଛି ପ୍ରତିନିଧୀଙ୍କୁ ଭେଟିଛନ୍ତି। ଜୁଲାଇ ୩୦ ଏବଂ ୩୧ରେ କତାରର ରାଜଧାନୀ ଦୋହା ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଆଫଗାନିସ୍ତାନ ପକ୍ଷରୁ ତାଲିବାନ ପ୍ରତିନିଧୀ ଏବଂ ବୈଷୟିକ ବିଶେଷଜ୍ଞମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ବୈଠକରେ ଆଫଗାନିସ୍ତାନର କଲ୍ୟାଣ ଏବଂ ସେଠାରେ ମାନବିକ ସଙ୍କଟ ଉପରେ ଆଲୋଚନା କରାଯାଇଥିଲା। ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସକୁ ମଜବୁତ କରିବାର ଆବଶ୍ୟକତା ରହିଛି ବୋଲି ଆମେରିକା ଦଳ କହିଥିଲେ।
ଆଫଗାନିସ୍ତାନରେ ଚାଲିଥିବା ମାନବିକ ସଙ୍କଟକୁ ନେଇ ଆମେରିକାର ପ୍ରତିନିଧୀ ଦଳ ଉଦ୍‌ବେଗ ପ୍ରକାଶ କରିଥିଲେ।

Share