ଓ୍ବାଶିଂଟନ,୨୭।୧୦: ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ପ୍ରାୟ ୯୦୦ଆମେରିକୀୟ ସୈନିକଙ୍କୁ ନିୟୋଜିତ କରାଯାଇଛି । ପେଣ୍ଟାଗନ ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ ପ୍ୟାଟ ରାଇଡର୍ କହିଛନ୍ତି, ବାୟୁ ପ୍ରତିରକ୍ଷା ପାଇଁ ଟେକ୍ସାସର ଫୋର୍ଟ ବ୍ଲିସ ଠାରୁ ଥାର୍ଡ ସିଷ୍ଟମ (ଟର୍ମିନାଲ ହାଇ ଆଲ୍ଟିଟେଡ ଏରିଆ ଡିଫେନ୍ସ ବ୍ୟାଟେରୀ), ଫୋର୍ଟ ସିଲ, ଓକଲାହମାରୁ ପୋଟ୍ରିୟଟ ବ୍ୟାଟେରୀ ଏବଂ ଫୋର୍ଟ ଲିବର୍ଟି ନିୟୋଜିତ କରାଯାଇଛି।
ପାଟ ରାଇଡର୍ ପଶ୍ଚିମ ଏସିଆରେ ଆମେରିକୀୟ ସୈନ୍ୟ କେଉଁଠାରେ ନିୟୋଜିତ ହେବେ ତାହା ପ୍ରକାଶ କରି ନାହାଁନ୍ତି, ସେ ସ୍ପଷ୍ଟ କରିଛନ୍ତି ଯେ ଏହି ସୈନ୍ୟମାନଙ୍କୁ ଇସ୍ରାଏଲକୁ ପଠାଯାଇ ନାହିଁ ବରଂ ପଶ୍ଚିମ ଏସିଆରେ ପୂର୍ବରୁ ଉପସ୍ଥିତ ଥିବା ଆମେରିକୀୟ ସୈନ୍ୟଙ୍କ ସୁରକ୍ଷାକୁ ଦୃଢ ଼ କରିବା ପାଇଁ ଏହି ସୈନିକମାନଙ୍କୁ ନିୟୋଜିତ କରାଯାଉଛି।