Categories: ବାଣିଜ୍ୟ

ୟୁଏସ୍‌ ପୋଲୋର ନୂତନ ଆଉଟଲେଟ

ଭୁବନେଶ୍ୱର,୩୦।୯: ଭାରତର ଅଗ୍ରଣୀ କାଜୁଆଲ୍‌ ଓୟାର ବ୍ରାଣ୍ଡ୍‌ ତଥା ବିଶ୍ୱପ୍ରସିଦ୍ଧ ୟୁନାଇଟେଡ୍‌ ଷ୍ଟେଟ୍ସ ପୋଲୋ ଆସୋସିଏଶନ୍‌ (ୟୁଏସ୍‌ପିଏ)ର ରିଟେଲ ଚେନ ୟୁଏସ୍‌ ପୋଲୋ ଆସୋସିଏଶନ ବା ୟୁଏସ୍‌ ପୋଲୋର ନୂତନ ଆଉଟଲେଟ ଭୁବନେଶ୍ୱରର ଜନପଥ ରୋଡ(ଶହୀଦନଗରସ୍ଥିତ ମହାନ୍ତି ଛକ)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୧୬୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ଅତ୍ୟାଧୁନିକ ଷ୍ଟୋର୍‌ରେ ପୁରୁଷଙ୍କ ପୋଷାକ, ଡେନିମ୍‌, ଜୋତା ଏବଂ ଆସେସରିଜ୍‌ ସମେତ ବିଭିନ୍ନ ପ୍ରକାରର ଆମେରିକୀୟ ପୋଲୋ ଆସୋସିଏଶନର ସିଗନେଚର କଲେକ୍ସନ ସାମିଲ ରହିଛି, ଯାହା ବ୍ରାଣ୍ଡ୍‌ର କ୍ଲାସିକ୍‌ ଆମେରିକୀୟ ଶୈଳୀ ଏବଂ ଆଧୁନିକ ଆକର୍ଷଣକୁ ପ୍ରତିଫଳିତ କରିବା ପାଇଁ ଡିଜାଇନ୍‌ କରାଯାଇଛି। ଏପରିକି ଗ୍ରାହକମାନେ ଉକ୍ତ ଷ୍ଟୋରରୁ ଆମେରିକାର ଅତ୍ୟାଧୁନିକ ଟ୍ରେଣ୍ଡ ଏବଂ ଟାଇମଲେସ ପିସ୍‌ଗୁଡିକ ପାଇପାରିବେ।
ଏ ସମ୍ପର୍କରେ ୟୁଏସ ପୋଲୋ ଆସୋସିଏଶନ ଇଣ୍ଡିଆର ସିଇଓ ଅମିତାଭ ସୁରି କହିଛନ୍ତି, ଭୁବନେଶ୍ୱରରେ ଆମେ ଆମର ନୂତନ ଷ୍ଟୋରର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଗ୍ରାହକମାନଙ୍କୁ ପ୍ରକୃତ ଆମେରିକୀୟ ପୋଲୋ ଆସୋସିଏଶନ ଅନୁଭୂତି ପ୍ରଦାନ କରିବାକୁ ଆମେ ଆମର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଉଛି।
ସେହିଭଳି ଏହି ନୂତନ ଷ୍ଟୋର ଆମର ସଦ୍ୟତମ ଶରତ-ଶୀତକାଳୀନ ୨୦୨୪ ସଂଗ୍ରହକୁ ପ୍ରଦର୍ଶିତ କରୁଛି, ଯେଉଁଥିରେ ରିଫାଇଣ୍ଡ ଜ୍ୟାକେଟ୍‌ ଏବଂ ଆଉଟରୱେର ଭଳି ଷ୍ଟାଣ୍ଡଆଉଟ୍‌ ପିସ ସାମିଲ ରହିଛି,ଯାହା କ୍ଲାସିକ୍‌ ଆମେରିକୀୟ ଶୈଳୀ ସହିତ କାର୍ଯ୍ୟକାରିତାକୁ ମିଶ୍ରଣ କରୁଛି।
ଭାରତର ୨୦୦ଟି ସହରରେ ୪୦୦ରୁ ଅଧିକ ବ୍ରାଣ୍ଡ୍‌ ଷ୍ଟୋର ଏବଂ ୨,୦୦୦ଶପ-ଇନ୍‌-ସପ୍‌ ସହିତ, ଆମେରିକାର ପୋଲୋ ଆସୋସିଏଶନ ଏହାର ଉପସ୍ଥିତି ବଢ଼ାଉଛି,ଯାହା ଗ୍ରାହକମାନଙ୍କୁ ଉଚ୍ଚ ଗୁଣବତ୍ତା,ଷ୍ଟାଇଲିସ୍‌ ପୋଷାକ ଏବଂ ଆସେସରିଜ୍‌ ପ୍ରଦାନ କରୁଛି, ଯାହା ବ୍ରାଣ୍ଡ୍‌ର ସମୃଦ୍ଧ ଐତିହ୍ୟକୁ ପ୍ରତିଫଳିତ କରୁଛି।

Share