‘ମୁଁ ରାଷ୍ଟ୍ରପତି ହେଲେ ଟ୍ରମ୍ଫଙ୍କୁ କ୍ଷମା କରିଦେବି’,କମଲା ହ୍ୟାରିସଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ

ଓ୍ବାଶିଂଟନ,୪।୯: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିବା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ଭାରତୀୟ ମୂଳ ବାସିନ୍ଦା ବିବେକ ରାମସ୍ବାମୀ ତାଙ୍କ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଗତ ମାସରେ ଅନୁଷ୍ଠିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି ବିତର୍କରେ ବିବେକ ରାମସ୍ବାମୀ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ସେହି ଦିନଠାରୁ ତାଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି। ଏବେ ତାଙ୍କର ଏକ ବୟାନରେ ବିବେକ ରାମସ୍ବାମୀ ପୁଣି କିଛି କହିଛନ୍ତି ଯାହା ଉପରେ ଆଲୋଚନା ହେଉଛ। ସେ କହିଛନ୍ତି ଯେ ଯଦି ସେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ତେବେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷମା କରିବେ।

ଭାରତୀୟ ମୂଳ ବାସିନ୍ଦା ବିବେକ ରାମସ୍ବାମୀ ଏକ ଟେଲିଭିଜନ ଶୋ’ରେ କହିଛନ୍ତି ଯେ ‘ଯଦି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତି, ତେବେ ସେ ନିଜେ ତାଙ୍କୁ ସମର୍ଥନ କରିବେ। ଆହୁରି ମଧ୍ୟ, ଯଦି ମୁଁ ରାଷ୍ଟ୍ରପତି ହେବି, ମୁଁ ତାଙ୍କୁ (ଟ୍ରମ୍ପ) କ୍ଷମା କରିବି କାରଣ ଏହା ଦେଶକୁ ଏକଜୁଟ କରିବାରେ ସାହାଯ୍ୟ କରିବ। ସୂଚନାଯୋଗ୍ୟ ଯେ, ଟ୍ରମ୍ପ ଏବେ ଅନେକ ମକଦ୍ଦମାର ସମ୍ମୁଖୀନ ହେଉଛନ୍ତି। ଜର୍ଜିଆ ନିର୍ବାଚନରେ ହସ୍ତକ୍ଷେପ କରିବା, ବୟସ୍କ ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେବା, କ୍ୟାପିଟାଲ ହିଲସରେ ହିଂସା ସୃଷ୍ଟି କରିବା ଏବଂ ଗୁପ୍ତ ଡକ୍ୟୁମେଣ୍ଟ ଲିକ ଭଳି ମାମଲା ଅନ୍ତର୍ଭୁକ୍ତ। ରାମସ୍ବାମୀ କହିଛନ୍ତି ଯେ ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

Share