କ୍ୱାରାଣ୍ଟାଇନ୍‌ରେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ନିଜକୁ କ୍ୱାରାଣ୍ଟାଇନ୍‌ ରଖିଛନ୍ତି। ହୋପଙ୍କ ସହ ରାଷ୍ଟ୍ରପତି ନିୟମିତ ଭାବେ ଯାତ୍ରା କରନ୍ତି। ନିକଟରେ ହୋପ ଅନ୍ୟ ସହଯୋଗୀଙ୍କ ସହ ପ୍ରେସିଡେଣ୍ଟ ଡିବେଟ୍‌‌ରେ ଭାଗ ନେବା ପାଇଁ କ୍ଲିଭଲାଣ୍ଡ ଯାଇଥିଲେ। ବିନା ବ୍ରେକ୍‌ ନେଇ ଲଗାତର କାମ କରୁଥିବା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫାଷ୍ଟ ଲେଡି ଆଉ ମୁଁ କରୋନା ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛୁ। ଏବେ କ୍ୱାରାଣ୍ଟାଇନ୍‌ରେ ଅଛୁ ବୋଲି ଟ୍ରମ୍ପ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।

Share