୧୦୫ ଐତିହାସିକ କଳାକୃତି ଫେରାଇବ ଆମେରିକା, ରାଷ୍ଟ୍ରଦୂତ କହିଲେ ଏହାର ପ୍ରକୃତ ସ୍ଥାନ ଭାରତ

ନ୍ୟୁୟର୍କ,୧୮।୭: ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାସେଂଟି ସୋମବାର କହିଛନ୍ତି ଯେ ଆମେରିକା ସରକାର ଭାରତର ପ୍ରାଚୀନ ଓ ଐତିହାସିକ ମୂର୍ତ୍ତି ଓ କଳାକୃତିକୁ ଫେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି କଳା ସଂଗ୍ରହ ଭାରତର ସମ୍ପତ୍ତି ଏବଂ ଏହା କେବଳ ଭାରତରେ ରହିବା ଉଚିତ।
ସୂଚନାଯୋଗ୍ୟ, ଆମେରିକା ଭାରତର ୧୦୫ ପ୍ରାଚୀନ ଏବଂ ଐତିହାସିକ ପ୍ରତିମାକୁ ଭାରତକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛି। ଏହି ମୂର୍ତ୍ତିଗୁଡ଼ିକ ଦ୍ୱିତୀୟରୁ ତୃତୀୟ ଶତାବ୍ଦୀରୁ ୧୮-୧୯ତମ ଶତାବ୍ଦୀ ପର୍ଯ୍ୟନ୍ତ। ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି ଯେ ଆମେ କଳା ସଂଗ୍ରହକୁ ଭାରତକୁ ଫେରାଇବା ଦିଗରେ କାର୍ଯ୍ୟ କରୁଛୁ। ଅନେକ ଥର ଭାରତରୁ ଆସିଥିବା କଳାକୃତି ଚୋରି କିମ୍ବା ବେଆଇନ ଭାବେ ଆମେରିକା କିମ୍ବା ବିଶ୍ୱର ଅନ୍ୟ ଦେଶରେ ପହଞ୍ଚେ।
ସୂଚନା ଅନୁଯାୟୀ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିଲେ, ସେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ସାଂସ୍କୃତିକ ସମ୍ପତ୍ତି ଚୁକ୍ତି ଉପରେ ଆଲୋଚନା ହୋଇଥିଲା। ଯେଉଁ କାରଣରୁ ଐତିହାସିକ କଳାକୃତିର ବେଆଇନ କଳା ମାର୍କେଟିଂ ବନ୍ଦ ହୋଇଯିବ। ଏହା ସହିତ ଉଭୟ ଦେଶ ଏହି ବିଷୟରେ କଥାବାର୍ତ୍ତା କରୁଛନ୍ତି ଏବଂ ଏପରି ବ୍ୟବସ୍ଥା କରାଯାଉଛି ଯେ ଭବିଷ୍ୟତରେ ମଧ୍ୟ ଭାରତର ବେଆଇନ ଭାବେ ପହଞ୍ଚିଥିବା ଭାରତରଐତିହାସିକ କଳାକୃତି ଫେରସ୍ତ ହେବ।

 

Share