ମୋଦିଙ୍କ ପ୍ରଶଂସକ ପାଲଟିଲେ ଆମେରିକାର ବାଣିଜ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସକ ଦେଶରେ ଖୁବ୍‌ ଅଧିକ। କେବଳ ଦେଶ କାହିଁକି ବିଦେଶରେ ବି ମୋଦିଙ୍କର ରହିଛନ୍ତି ଅନେକ ପ୍ରଶଂସକ। ବିଶ୍ୱର ଅନେକ ନେତା ବି ମୋଦିଙ୍କୁ ବେଶ ପ୍ରଶଂସା କରିଥାଆନ୍ତି। ଆମେରିକାର ସେକ୍ରେଟାରି ଅଫ କମର୍ସ ଅର୍ଥାତ୍‌ ବାଣିଜ୍ୟ ମନ୍ତ୍ରୀ ଜିନା ରାଣମୋଂଡୋ ବି ମୋଦିଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି। ଜିନା କହିଛନ୍ତି ମୋଦି ଯେ କୌଣସ କାରଣ ପାଇଁ ହେଉନା କାହିଁକି ବିଶ୍ୱର ଲୋକପ୍ରିୟ ନେତା। ସେ କହିଛନ୍ତି ପିଏମ ମୋଦି ଜଣେ ଭିଜନରି ନେତା।

ଆମେରିକାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ଜିନା ରାଇମୋଡୋ କହିଛନ୍ତି, ନିକଟରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଛି। ସେ ବିଶ୍ୱର ଜଣେ ଲୋକ ପ୍ରିୟ ନେତା ଏମିତି ହୋଇ ନାହାନ୍ତି, ସେ ଜଣେ ଭିଜନାରି ନେତା। ଆଉ ଭାରତବାସୀଙ୍କ ପାଇଁ ତାଙ୍କ ସମର୍ପଣ ଅଦ୍ଭୁତ। ସେ ଲୋକଙ୍କୁ ଗରିବ ମୁକ୍ତ କରିବାକୁ ଚାହାଁନ୍ତି ଓ ଦେଶକୁ ଆଗକୁ ବଢାଇ ଅନ୍ତର୍ଜାତୀୟ ସ୍ତରରେ ସଶକ୍ତ କରିବାକୁ ଚାହାଁନ୍ତି। ଆଉ ସେ ଏହା କରୁଛନ୍ତି। ସୂଚନାଯୋଗ୍ୟ, ଜିନା ଗତ ମାସରେ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆଉ କେତେଜଣ ନେତାଙ୍କୁ ସାକ୍ଷାତ କରିଥିଲେ।

Share