ଭାରତର ଧାର୍ମିକ ସ୍ବାଧୀନତା ଉପରେ ଶୁଣାଣି କରିବ ଆମେରିକା ଆୟୋଗ

ଓ୍ବାଶିଂଟନ୍‌,୧୫।୯: ଆସନ୍ତା ସପ୍ତାହରେ ଭାରତରେ ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର ସଂଘୀୟ ଆୟୋଗ ଏକ ଶୁଣାଣି କରିବେ। ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆୟୋଗ (ୟୁଏସ୍‌ସିଆଇଆରଏଫ୍‌) ଏହି ଘୋଷଣା କରିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଚଳିତ ବର୍ଷ ଦୁଇଟି ସଫଳ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଗୋଟିଏ ଜୁନ ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଥିଲେ, ଅନ୍ୟଟି ଜି -୨୦ ଶିଖର ସମ୍ମିଳନୀ ସମୟରେ ନୂଆଦିଲ୍ଲୀରେ ହୋଇଥିଲା। ୟୁଏସ୍‌ସିଆଇଆରଏଫ୍‌ କହିଛି , ମୋଦିଙ୍କ ୱାଶିଂଟନ୍‌ ଗସ୍ତରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଫଳିତ ହୋଇଛି, କିନ୍ତୁ ସାଂସଦ ଏହା ଜାଣିବାକୁ ଚାହାଁନ୍ତି ଯେ ହିଂସା ଘଟଣାରେ ଆମେରିକା ସରକାର ଭାରତ ସରକାରଙ୍କ ସହ କିପରି କାର୍ଯ୍ୟ କରୁଛନ୍ତି। ଆସନ୍ତା ସପ୍ତାହରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସଂଘୀୟ ଆୟୋଗ କହିଛନ୍ତି।

Share