ବାରାଣସୀ: ମନ୍ଦିରକୁ ପୂଜା କରିବାକୁ ଗଲାବେଳେ ପୂଜାରୀ ଶ୍ରଦ୍ଧାଳୁମାନଙ୍କୁ ପୂଜାଫୁଲ ଅବା ମାଳ ପ୍ରଦାନ କରିଥାନ୍ତି। ତେବେ ଏହାକୁ ରଖିବା ନେଇ କେତେକ ଶ୍ରଦ୍ଧାଳୁ ସମସ୍ୟାରେ ପଡ଼ିଥାନ୍ତି। ଫୁଲ ଶୁଖିଗଲେ ଏହାକୁ କିପରି ରଖାଯିବ ସେନେଇ ଚିନ୍ତା ଦେଖାଦେଇଥାଏ। କିନ୍ତୁ ବ୍ୟସ୍ତ ନ ହୋଇ ଶୁଖିଲା ଫୁଲକୁ ଟ୍ରେଜେରୀ ଅବା ଆଲମାରୀରେ ରଖିଲେ ଏହାର ସକାରାତ୍ମକ ପ୍ରଭାବ ଘରେ ଅନୁଭୁତ ହୋଇଥାଏ। ନଚେତ୍ ଏହାକୁ ବାହାରେ ନ ଫିଙ୍ଗି ପ୍ରବାହିତ ଜଳଧାରାରେ ଭସାଇ ଦେବା ଆବଶ୍ୟକ। ଅନ୍ୟଥା ପୂଜାଫୁଲ ପାଇବା ପରେ ଏହାକୁ ଶୁଙ୍ଘି ହାତରେ ମକଚି ଦେବା ଦ୍ୱାରା ଏଥିରେ ଥିବା ସମସ୍ତ ସକାରାତ୍ମକ ଶକ୍ତି ଶରୀରରେ ହିଁ ପ୍ରବେଶ କରିଥାଏ। ତେଣୁ ପୂଜାଫୁଲ ନେଇ କୌଣସି ଚିନ୍ତା ନ କରି ଏହାର ଏଭଳି ବ୍ୟବହାର କଲେ ସୌଭାଗ୍ୟ ପ୍ରାପ୍ତି ହେବା ସହିତ ଘରେ ଧନଧାନ୍ୟ ପୂର୍ଣ୍ଣ ହୋଇ ଶାନ୍ତି ବିରାଜମାନ କରିଥାଏ।