ଆର୍ଦ୍ରଭୂମି ସୁରକ୍ଷାରେ ଡ୍ରୋନ୍‌ ବ୍ୟବହାର କର: ହାଇକୋର୍ଟ

କେନ୍ଦ୍ରାପଡ଼ା ଅଫିସ,୨୭।୧୦: ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଡ୍ରୋନ୍‌ ବ୍ୟବହାର ହେବ। ଏହି ଆର୍ଦ୍ରଭୂମି ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡି ଘେରି ସହ ତଟକ୍ଷୟ ସମ୍ପର୍କରେ ତଥ୍ୟ ମିଳିବ। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସହ ବନ୍ୟ ଓ ସାମୁଦ୍ରିକ ଜୀବଙ୍କୁ ନେଇ ରହିଥିବା ଉତ୍ସୁକତାର ପରିସମାପ୍ତି ଘଟିବ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଓ ଜଷ୍ଟିସ୍‌ ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏନେଇ ଖର୍ଚ୍ଚ ଭରଣା କରିବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପରେ ସ୍ଥାନୀୟ ପରିବେଶବିତ୍‌ଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଜୈବ ବିବିଧତାରେ ଭରା ଭିତରକନିକା ସୁରକ୍ଷା ଦିଗରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ବାଗତ କରାଯାଇଛି।

ଧରିତ୍ରୀରେ ଏ ସମ୍ପର୍କରେ ୨୦୨୧ ନଭେମ୍ବର ୬ରେ‘ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା, ଡ୍ରୋନ୍‌ ସାହାଯ୍ୟରେ ହେଉ ବାସସ୍ଥଳ ନିରୀକ୍ଷଣ’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ପରିବେଶବିତ୍‌ଙ୍କ ଦାବି ଉପସ୍ଥାପନ କରାଯାଇଥିଲା। ଯାହା ଏବେ ଫଳବତୀ ହେବାକୁ ଯାଉଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଏସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଡ. ପ୍ରଦୀପ ତରାଇ, ଜନ ଅଧିକାର ଅଭିଯାନର ସଭାପତି ଭୁବନମୋହନ ଜେନା, ଅଧ୍ୟାପକ କ୍ଷିତୀଶ କୁମାର ସିଂ, ଡା. ମିଲନ କୁମାର ପ୍ରମୁଖ କହିଛନ୍ତି, ଆର୍ଦ୍ରଭୂମି ଭିତରକନିକା ବିଶ୍ୱର ଆକର୍ଷଣ ସାଜିଛି। ଏଠାରେ ଥିବା ଲୁଣା କୁମ୍ଭୀର ସହ ଧଳା କୁମ୍ଭୀର ଦେଖିବାକୁ ମିଳେ। ଏଥିସହ ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ଗହୀରମଥା ପରିଚିତି ପାଇଛି। ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର ସହିତ ସୁ୍‌ଘଞ୍ଚ ହେନ୍ତାଳବଣ, ବିଭିନ୍ନ ଔଷଧୀୟ ବୃକ୍ଷ, ସମୁଦ୍ର ମଧ୍ୟରେ ଶୈବାଳ ଉଦ୍ୟାନ ଅଛି। ତେବେ ଏହାର ପରିବେଶ ପ୍ରଦୂଷଣ ବିଭିନ୍ନ କାରଣରୁ ବଢ଼ି ଚାଲିଛି। ତଟକ୍ଷୟ ଏବେ ବିରଳ କଇଁଛଙ୍କ ଅନ୍ତୁଡିଶାଳକୁ ଧ୍ୱଂସ କରୁଛି। ବଢ଼ୁଥିବା ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟରେ ଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବାରମ୍ବାର ହେଉଛି। ଜିଲା ପ୍ରଶାସନକୁ ଏନେଇ ବାରମ୍ବାର ତାଗିଦ କରାଯାଇଛି। ଏହି ଉଚ୍ଛେଦ ସାମୟିକ ହୋଇଥିଲେ ମଧ୍ୟ ଅଦ୍ୟାବଧି ଜିଲାର ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଚିଙ୍ଗୁଡିଘେରି ରହିଛି। ଗତ ଅଗଷ୍ଟ ୧୪ରେ ଏହି ଜନସ୍ବାର୍ଥ ମାମଲା ଶୁଣାଣି ସମୟରେ କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ୨୮୨.୧୪ ଏକର ଜମିରେ ଥିବା ୫୬ଟି ପ୍ଲଟରୁ ଚିଙ୍ଗୁଡି ଘେରି ଉଚ୍ଛେଦ ହୋଇଥିବା ଦର୍ଶାଇଥିଲା। ତେବେ ଏହି ସମୟରେ ମାତ୍ର ୩୧୯.୬୭ ଏକର ଜମିରେ ମୋଟ ୭୬ ପ୍ଲଟ ଉପରେ ବେଆଇନ ଚିଙ୍ଗୁଡି ଘେରି ଥିବା ରିପୋର୍ଟ ପ୍ରଦାନ କରିଥିବା ବେଳେ ବର୍ଷାଋତୁ ପରେ ଘେରି ଉଚ୍ଛେଦ ହେବ ବୋଲି ମତ ରଖିଥିଲେ। ତେବେ ଆଜିର ଶୁଣାଣିରେ ହାଇକୋର୍ଟ ପକ୍ଷରୁ ଭିତରକନିକା ଓ ଚିଲିକା ଆର୍ଦ୍ରଭୂମି ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ନଜର ରଖିବାକୁ କୁହାଯାଇଛି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଅପରପକ୍ଷେ ଭିତରକନିକାର ସାମୁଦ୍ରିକ ଅଞ୍ଚଳ ଗହୀରମଥାରେ ତଟକ୍ଷୟ ଦ୍ରୁତଗତିରେ ହେଉଛି। ଫଳରେ ବିରଳ ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ ନଷ୍ଟ ହେଉଛି। ନିଷିଦ୍ଧ ସମୟରେ ସମୁଦ୍ରତଟକୁ ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲରଗୁଡିକ ମଧ୍ୟ ଡ୍ରୋନ ଦ୍ୱାରା ନିରୀକ୍ଷଣ କରିହେବ। ଗୋଆରେ ମଧ୍ୟ ଏହି ପ୍ରକାର କୌଶଳ ଅବଲମ୍ବନ କରାଯାଉଛିି। ସେଠାକାର ବନ ବିଭାଗ ଓ ୱାର୍ଲଡ ୱାଇଡ ଫଣ୍ଡ ଫର ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ମାଧ୍ୟମରେ କର୍ମଶାଳା ସହ ୨୦୨୧ ଏପ୍ରିଲ ମାସରେ ଗୋଆର ମୋରଜି ତଟଦେଶରେ ବ୍ୟବହାର ହୋଇଛି। ଏହାର ୩୬୦ ଡିଗ୍ରୀ କ୍ୟାମେରା ଲେନସରେ କଇଁଛଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ଏସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ତଟାଞ୍ଚଳର ସୁରକ୍ଷାରେ ବେଶ୍‌ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri