ନିର୍ମାଣ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର

ଭୁବନେଶ୍ୱର,୧୮।୯ (ଅଭୟ ଦାଶ): ଦେଶର ପ୍ରମୁଖ ଗୃହ ନିର୍ମାଣକାରୀ ସଂଗଠନ କ୍ରେଡାଇର ଓଡ଼ିଶା ୟୁନିଟ୍‌(କ୍ରେଡାଇ ଭୁବନେଶ୍ୱର)ର ବାର୍ଷିକ ସାଧାରଣ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି କ୍ରେଡାଇ ଭୁବନେଶ୍ୱର ସିଟି ଚାପ୍ଟରର ସଭାପତି ସୋଫିଆ ଫିରଦୋଷଙ୍କ ଅଧ୍ୟକ୍ଷତାରେ ସଭା ପରିଚାଳିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୟୁସିସିଆଇର ସଭାପତି ଡ. ବ୍ରହ୍ମା ମିଶ୍ର ବିଶେଷ ଅତିଥି ଭାବେ ଯୋଗ ଦେଇଥିବାବେଳେ କ୍ରେଡାଇ ଭୁବନେଶ୍ୱରର ସମ୍ପାଦକ ଜଗତ କର ସ୍ବାଗତ ଅଭିଭାଷଣ ପ୍ରଦାନ ସହ ସଭାର ଆଭିମୁଖ୍ୟ ଓ ନୂଆକରି ଗଠିତ ହୋଇଥିବା ମ୍ୟାନେଜମେଣ୍ଟ ବଡିର ପ୍ରଥମ ବୈଠକ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ।

ସେହିଭଳି ଆଗାମୀ ଦିନରେ ଭିତ୍ତିଭୂମି ଓ ବାସଗୃହ ନିର୍ମାଣ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କର ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ କ୍ରେଡାଇ ଭୁବନେଶ୍ୱର ଶାଖାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମିଶ୍ର ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିଭଳି ନିକଟରେ ଚାପ୍ଟର ସହ ୫ ନୂଆ ସଦସ୍ୟ ଯୋଡି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ସଦସ୍ୟ ( ବିଲ୍‌ଡର ଏବଂ ଡେଭଲପର) ଚାପ୍ଟର ସହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଫିରଦୋଷ ମତପ୍ରକାଶ କରିଛନ୍ତି।

ଉକ୍ତ ବୈଠକରେ କ୍ରେଡାଇ ଭୁବନେଶ୍ୱରର ପ୍ରତିଷ୍ଠାତା ସଦସ୍ୟ ଦଓ୍ବୋ ଶଙ୍କର ତ୍ରିପାଠୀ ଏବଂ ବିନୟ କ୍ରିଷ୍ଣା ଦାସଙ୍କ ସମେତ ଚେୟାରମ୍ୟାନ ସଂଗ୍ରାମ କେଶରୀ ସାହୁ, ଉପସଭାପତି ସୌମ୍ୟଜିତ ମହାନ୍ତି ଏବଂ ବବଲି ସତ୍ୟନାରାୟଣ, ଯୁଗ୍ମ ସମ୍ପାଦକ ମନମୋହନ ଅଗ୍ରଓ୍ବାଲ ଏବଂ ଜ୍ୟୋତିରଞ୍ଜନ ବେହୁରିଆ, କୋଷାଧ୍ୟକ୍ଷ ଅଶୋକ ପାତ୍ର ଏବଂ ରୋନାକ ଡଗର, କମଳ ଲୋଚନ ପାତ୍ର, ସେକ୍‌ ମୈରାଜିଉଲ ହକ୍‌ଙ୍କ ଭଳି କାର୍ଯ୍ୟନିବାହୀ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ବିନୟ କ୍ରିଷ୍ଣା ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri