Categories: ଜାତୀୟ

ବେଲୁନ, ଆଇସକ୍ରିମରେ ଆଉ ବ୍ୟବହାର ହୋଇ ପାରିବ ନାହିଁ ପ୍ଲାଷ୍ଟିକ କାଠି!

ନୂଆଦିଲ୍ଲୀ,୨୩ ।୭: କେନ୍ଦ୍ର ସରକାର ଶୁକ୍ରବାର ସଂସଦରେ କହିଛନ୍ତି କ୍ୟାଣ୍ଡି, ଆଇସକ୍ରିମ, ବେଲୁନ ଆଦିରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ କାଠି ବା ଷ୍ଟିକ୍‌ର ବ୍ୟବହାର ୧ ଜାନୁୟାରୀ, ୨୦୨୨ରୁୁ ବନ୍ଦ କରି ଦିଆଯିବ । ତେବେ ଗୋଟିଏ ଥର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକର ବ୍ୟବହାରକୁ ନେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରିବେଶ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ ଚୌବେ କହିଥିଲେ ଚଳିତ ବର୍ଷ ଆରମ୍ଭରେ ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ ଥରେ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକର କିଛି ଉତ୍ପାଦନ, ଆମଦାନୀ, ନିର୍ଦ୍ଦିଷ୍ଟ ଚିହ୍ନିତ ଏକକ ବ୍ୟବହାର ପ୍ଲାଷ୍ଟିକର ସଂରକ୍ଷଣ, ବଣ୍ଟନ, ବିକ୍ରୟ ଓ ବ୍ୟବହାର ୧ ଜାନୁୟାରୀ ୨୦୨୨ଠାରୁ ସୀମିତ ହୋଇପାରେ । ତେବେ ୧ ଜାନୁୟାରୀ ୨୦୨୨ରୁ ଯେଉଁସବୁ ଜିନିଷର ବ୍ୟବହାର ବନ୍ଦ ହୋଇପାରେ ସେଗୁଡିକ ହେଉଛି ଇୟର ବଡର ପ୍ଲାଷ୍ଟିକ ଷ୍ଟିକ, ବେଲୁନ, କ୍ୟାଣ୍ଡି ଓ ଆଇସକ୍ରିମ ଷ୍ଟିକ, ପ୍ଲାଷ୍ଟିକ ପତାକା ଇତ୍ୟାଦି । ସେହିପରି ୧୦୦ ମାଇକ୍ରୋନରୁ କମ୍ ପ୍ଲାଷ୍ଟିକରେ ପ୍ରସ୍ତୁତ ପ୍ଲେଟ, କପ୍‌, ଗ୍ଲାସ, କଣ୍ଟା, ଚାମଚ, ଛୁରୀ, ଷ୍ଟ୍ର, କଣ୍ଟେନର ଓ କଣ୍ଟେନରର କଭର, ଟ୍ର୍ରେ ଆଦିର ଉତ୍ପାଦନ ତା’ପରବର୍ଷ ଜୁଲାଇରୁ ବନ୍ଦ କରିଦିଆଯାଇପାରେ ।

Share