Categories: ବାଣିଜ୍ୟ

ଅଗଷ୍ଟରେ ହୋଇଛି ୧୦୦୦ କୋଟି ୟୁପିଆଇ ନେଣଦେଣ

ନୂଆଦିଲ୍ଲୀ,୨୬।୯: ଇଣ୍ଟିଗ୍ରେଟେଡ୍‌ ପେମେଣ୍ଟ ସିଷ୍ଟମ ୟୁପିଆଇ ଜରିଆରେ ଡିଜିଟାଲ ପେମେଣ୍ଟର ସଂଖ୍ୟା ଅଗଷ୍ଟରେ ଅନେକ ଗୁଣା ବଢ଼ି ୧୦୦୦ କୋଟିରେ ପହଞ୍ଚିଛି। ଏହାପଛରେ ଗ୍ରାହକଙ୍କ ଦ୍ୱାରା ବିଭିନ୍ନ ଛୋଟବଡ଼ ଦୋକାନରେ କରାଯାଉଥିବା ପେଟିଏମ୍‌ ନେଣଦେଣରେ ବୃଦ୍ଧି ହେବା ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଉକ୍ତ ରିପୋର୍ଟ ଅନୁଯାୟୀ ୨୦୧୮ ଜାନୁୟାରୀରେ ୟୁପିଆଇ ଦ୍ୱାରା ୧୫.୧ କୋଟି ନେଣଦେଣ କରାଯାଇଥିଲା। ଜୁନ, ୨୦୨୩ରେ ଏହା ବଢ଼ି ୯୩୦ କୋଟି ହୋଇଥିବା ବେଳେ ଅଗଷ୍ଟରେ ଏହା ଆହୁରି ବଢ଼ି ୧୦୦୦ କୋଟି ହୋଇଛି।

Share