Categories: ଜାତୀୟ

‘ଲାଉଡ୍‌ସ୍ପିକରକୁ ମସ୍‌ଜିଦ ଭିତର ଲଗାଅ’

ବେଙ୍ଗାଲୁରୁ,୪।୪: ମସ୍‌ଜିଦରେ ଲାଉଡ୍‌ସ୍ପିକରର ବ୍ୟବହାରକୁ କିଛି ଦକ୍ଷିଣ ପନ୍ଥୀ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସମାଧାନ ଲାଗି ଏକ ଉପାୟ ଦେଇଛନ୍ତି କର୍ନାଟକର ବରିଷ୍ଠ ମନ୍ତ୍ରୀ କେ ଏସ୍‌ ଇଶାଓ୍ବାରାପ୍ପା। ଗତ ସପ୍ତାହରେ ମସ୍‌ଜିଦରୁ ଲାଉଡ୍‌ସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ରର ନବର୍ନିମାଣ ସେନା ମୁଖ୍ୟ ରାଜ ଠାକରେ ଦାବି କରିଥିଲେ।

“ମସ୍‌ଜିଦରେ ଲାଉଡ୍‌ ସ୍ପିକର ବ୍ୟବହାର କରିବାକୁ ବିରୋଧ କରିବା ପାଇଁ ରାଜ ଠାକରେ ଏବଂ ଶ୍ରୀ ରାମ ସେନା ପକ୍ଷରୁ କରାଯାଉଥିବା ଉଦ୍ୟମ ସ୍ବାଭାବିକ। ମୁସଲିମ ସମ୍ପ୍ରଦାୟ ଦୀର୍ଘ ବର୍ଷ ହେଲା ଲାଉଡ୍‌ସ୍ପିକର ପରମ୍ପରା ପାଳନ କରୁଛନ୍ତି। କିନ୍ତୁ ବହୁ ସ୍ଥାନରେ ଦୀର୍ଘ ସମୟ ଧରି ଲାଉଡ୍‌ ସ୍ପିକର ଲଗାଯାଉଥିବାରୁ ସକାଳେ ଏବଂ ସନ୍ଧ୍ୟାରେ ଛାତ୍ରୀଛାତ୍ର ଏବଂ ରୋଗୀଙ୍କୁ ଏହା ବିଚଳିତ କରୁଛି। ଏହା ଆମ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ ଯେ, ତାହାକୁ କାଉଣ୍ଟର କରିବା ଲାଗି ଆମେ ଉଚ୍ଚ ସ୍ବରରେ ହନୁମାନ ଚାଳିସା ଲଗାଇବା। ମୁସଲିମମାନଙ୍କ ପ୍ରାର୍ଥନାରେ ମୋର କୌଣସି ଆପତ୍ତି ନାହିଁ। ମାତ୍ର ଯଦି ମନ୍ଦିର ଏବଂ ଚର୍ଚ୍ଚରେ ପୂଜା ବେଳେ ଲାଉଡ୍‌ ସ୍ପିକର ଲଗାଯାଏ, ତେବେ ଏହା ଦ୍ୱାରା ସମ୍ପ୍ରଦାୟ ମଧ୍ୟରେ ବିବାଦ ଉପୁଜିବା ନିଶ୍ଚିତ” ବୋଲି ସେ କହିଛନ୍ତି। ଏଥିସହିତ ମୁସଲିମ ନେତାଙ୍କୁ ଟିକେ ଚିନ୍ତା କରିବା ଭଲ ହେବ। ସ୍ପିକରର ସାଉଣ୍ଡକୁ ପୂଜାସ୍ଥଳରେ ସୀମିତ ରଖାଗଲେ, ଏହା ଅନ୍ୟମାନଙ୍କୁ ବିଚଳିତ କରିବ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

Share