Categories: ଜାତୀୟ

ହ୍ବାଟ୍ସଆପ୍‌ ଛାଡ଼ୁଛନ୍ତି ୟୁଜର୍ସ

ମୁମ୍ବାଇ, ୧୨ା୧: ନୂଆ ପ୍ରିଭେସି ପଲିସି ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ଏବେ ବିକଳ୍ପ ବାଛିବାରେ ବ୍ୟସ୍ତ ହ୍ବାଟ୍ସଆପ୍‌୍‌ ବ୍ୟବହାରକାରୀ। ଅପଡେଟ୍‌ ପରେ ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ହ୍ବାଟ୍ସଆପ୍‌ ୟୁଜର୍ସ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଶେୟାର ହେବା ସର୍ତ୍ତକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ଏହି ପ୍ଲାଟଫର୍ମରୁ ଲୋକେ ମୁହଁ ଫେରାଉଛନ୍ତି। ଏହି ମେସେଜିଂ ଓ ଅଡିଓ/ଭିଡିଓ କଲିଂ ପ୍ଲାଟଫର୍ମ ବଦଳରେ ବହୁଳ ସଂଖ୍ୟାରେ ଲୋକେ ‘ସିଗ୍‌ନାଲ’ ଆପ୍ଲିକେଶନକୁ ବାଛୁଥିବା ଦେଖାଯାଇଛି। କିଛିଦିନ ମଧ୍ୟରେ ଆପ୍‌ ଷ୍ଟୋରରୁ ‘ସିଗ୍‌ନାଲ’କୁ ବ୍ୟାପକ ମାତ୍ରାରେ ଡାଉନଲୋଡ୍‌ କରାଯାଇଥିବାରୁ ଏହାକୁ ହ୍ବାଟ୍ସଆପ୍‌ର ପ୍ରତିନ୍ଦ୍ୱନ୍ଦ୍ୱୀ ମଧ୍ୟ କୁହାଯାଉଛି। ଏଥିସହ ଟେଲିଗ୍ରାମ ମଧ୍ୟ ଆଉ ଏକ ବିକଳ୍ପ ହୋଇପାରେ।
ହ୍ବାଟ୍ସଆପ୍‌ ଅପଡେଟ୍‌ରେ ୟୁଜର୍ସ କେତେ ପରିମାଣରେ ଇଣ୍ଟରନେଟ ଡାଟା ବ୍ୟବହାର କରୁଛନ୍ତି, ସେମାନଙ୍କ ଲୋକେଶନ, କଣ୍ଟାକ୍ଟ ଲିଷ୍ଟ୍‌, ଷ୍ଟାଟ୍‌ସ ଅପଡେଟ୍‌, ଟଙ୍କା ନେଣଦେଣ ଡାଟା ଆଦିକୁ ଫେସ୍‌ବୁକ୍‌ ବ୍ୟବହାର କରିପାରିବ। ପ୍ରତ୍ୟେକ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଫେବୃୟାରୀ ୮ ମଧ୍ୟରେ ସମସ୍ତ ସର୍ତ୍ତ ମାନିବାକୁ ବାଧ୍ୟ। ନଚେତ୍‌ ସେମାନଙ୍କୁ ଏହି ପ୍ଲାଟଫର୍ମ ଛାଡ଼ିବାକୁ ପଡିବ। ଅନ୍ୟପକ୍ଷରେ କେବଳ ୟୁରୋପିଆନ ୟୁନିୟନ ଲୋକଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଏଭଳି ପଲିସିକୁ ଅଧିକାଂଶ ସମାଲୋଚନା କରିଛନ୍ତି। ଏପରିକି ସ୍ପେସ୍‌ଏକ୍ସର ସିଇଓ ଏଲନ ମସ୍କ ମଧ୍ୟ ହ୍ବାଟ୍‌ସଆପ୍‌ ଛାଡି ସିଗ୍‌ନାଲ, ଟୁଇଟର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

Share