ବଲିଉଡ୍ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ ନେଇ ଗୁରୁବାର ରାତିରେ ଫିଲ୍ମ ନିର୍ମାତା ରିତେଶ ସିଦ୍ଧଓ୍ବାନୀ ଫରହାନ ଏବଂ ଶିବାନୀଙ୍କ ବିବାହ ପାଇଁ ଏକ ପାର୍ଟି ରଖିଥିଲେ। ଏହି ପାର୍ଟିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। କରିନା କପୁର, ମଲାଇକା ଅରୋରା, ଅମୃତା ଅରୋରା ଓ କରିସ୍ମା କପୁରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେମାନେ ଏକାବେଳରେ ପ୍ରବେଶ କରିଥିଲେ। ସମସ୍ତ ଚାରିଜଣ ଅଭିନେତ୍ରୀ ବୋଲ୍ଡ ବ୍ଲାକ ଲୁକ୍ରେ ଥିଲେ। ମାତ୍ର ମଲାଇକା ଅରୋରାଙ୍କ ଲୁକ୍କୁ ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କର ଡ୍ରେସ୍ ପାଇଁ ତାଙ୍କୁ ଅନେକ ଟ୍ରୋଲ ମଧ୍ୟ କରାଯାଉଛି। ବୋଲ୍ଡ ଲୁକ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥଥିବା ମଲାଇକା ତାଙ୍କର ଡ୍ରେସିଂ ସେନ୍ସ ଫାଇଁ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ ତାଙ୍କ ଗର୍ଲ ଗ୍ୟାଙ୍ଗ ସହିତ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକରଙ୍କ ପାର୍ଟିରେ ଏକ ଟ୍ରାନ୍ସପାରେଣ୍ଟ କଳା ହଟ୍ ଡ୍ରେସ୍ ପିନ୍ଧି ପହଞ୍ଚିଥିଲେ। ଏ ନେଇ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଲା।
ମଲାଇକାଙ୍କ ବୋଲ୍ଡ ଡ୍ରେସ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ଯାହା ବି କିଛି ପିନ୍ଧିବାର ମାନେ, ଏମିତି ପୋଷାକ ପିନ୍ଧି କିଏ କ’ଣ କୌଣସି ବିବାହ ଉତ୍ସବକୁ ଆସେ। ଅନ୍ୟ ଜଣେ ଏହାକୁ ମାଛଧରା ଜାଲ ଭାବରେ ତୁଳନା କରି ଲେଖିଥିଲେ, ମାଛ ଧରିବା ପାଇଁ ସ୍ବିମଶୁଟ୍ ଉପରେ ଜାଲ ଲଗାଯାଇଛି। ଆଉ ଜଣେ ଲେଖିଛନ୍ତି ଯେ – “ବର୍ତ୍ତମାନ ସନ୍ନି ଲିଓନି ବି ଏତେ ଅଙ୍ଗ ପ୍ରଦର୍ଶନ କରୁ ନାହାନ୍ତି।”