ଆମିରଙ୍କୁ ସମର୍ଥନ କରି ଫସିଲେ ଅମିତାଭ

ବମ୍ବେ: ଅଗଷ୍ଟ ୧୧ରେ ରିଲିଜ ହେବ ବଲିଉଡ୍‌ ଅଭିନେତା ଆମିର ଖାଁ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଢା’। ଏହାକୁ କିଛି ଦିନ ଥିବା ବେଳେ ବିବାଦରେ ଫସିଛି ଫିଲ୍ମ। ଅନେକ ଫିଲ୍ମକୁ ବଏକଟ ପାଇଁ ଦାବି କରୁଛନ୍ତି। ଏସବୁ ଭିତରେ ଅଡୁଆରେ ଫସିଛନ୍ତି ମହାନାୟକ ଅମିତାଭ ବଚ୍ଚନ।

ଆଗାମୀ ଦିନରେ ପ୍ରସାରିତ ହେବାକୁ ଯାଉଛି ଅମିତାଭ ହୋଷ୍ଟ କରୁଥିବା ଲୋକପ୍ରିୟ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’। ଏହାର ପ୍ରଥମ ଏପିସୋଡର ପ୍ରୋମୋ ଜାରି କରାଯାଇଛି। ଏଥିରେ ଆମିର ଫିଲ୍ମର ପ୍ରମୋଶନ ପାଇଁ ପହଞ୍ଚିଥିବା ଦେଖିବାକୁ ମିଳିଛି। ପ୍ରୋମୋ ଭାଇରାଲ ହେବା ପରେ କେବିସି ବହିଷ୍କାର କରିବାକୁ ଦାବି ହେଉଛି। ଆମିରଙ୍କ ସମର୍ଥନରେ ବାହାରିଥିବାରୁ ଅମିତାଭଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି।

ସୋସିଆଲ ମିଡିଆରେ #ବଏକଟଲାଲସିଂଚଡ୍ଢା ଟ୍ରେଣ୍ଡ କରୁଛି। ଫିଲ୍ମ ପିକେରେ ହିନ୍ଦୁ ଦେବାଦେବୀଙ୍କ ଅପମାନ, ଶିବଲିଙ୍ଗରେ କ୍ଷୀର ଢ଼ାଳିବା ମାମଲାରେ ବୟାନ, ପୂର୍ବପତ୍ନୀ କିରଣ ରାଓଙ୍କ ଦେଶପ୍ରତି ବିବାଦିତ ଟିପ୍ପଣୀ, ନେପୋଟିଜମ୍‌ ନେଇ କରିନା କପୁରଙ୍କ ବୟାନ କାରଣରୁ ଏହି ଫିଲ୍ମକୁ ବିରୋଧ କରାଯାଉଛି।

ଦେଖନ୍ତୁ ସେଭଳି ଟୁଇଟ୍‌:

Share