ଅନେକ ସମୟରେ ମାର୍କେଟ୍ରେ ପୁଦିନା ସହଜରେ ମଳିଳିଯାଇଥାଏ।
ଏହା ଖରା ଏବଂ ବର୍ଷାଦିନେ ପୁଦିନା ସଞ୍ଜୀବନୀବୁଟି ଭଳି କାମ ଦେଇଥାଏ। ଗୃହିଣୀମାନେ ଏହାକୁ ଘରୋଇ ଉପାୟରେ ବହୁଳ ଭାବରେ ବ୍ୟବହାର କରିଥିାନ୍ତି। ତେବେ ଜାଣନ୍ତୁ କିପରି କରିବେ ପୁଦିନାର ବ୍ୟବହାର।
– ପୁଦିନା ଓ ଅଦା ରସ ସହିତ ମହୁ ମିଶାଇ ଖାଇଲେ କାଶ ଭଲ ହୋଇଥାଏ।
– ପୁଦିନା ପତ୍ରକୁ ଖାଲି କିମ୍ବା ଅଳ୍ପ ନଡିଆ ସହିତ ମିଶାଇ ଖାଇଲେ ହାକୁଟି ସମସ୍ୟା ଦୂର ହୋଇଥାଏ।
– ଟନସିଲ ସମସ୍ୟା ଥିଲେ ପୁଦିନା ରସକୁ ପାଣିରେ ମିଶାଇ ଗାର୍ଗଲିଂ କରନ୍ତୁ, ବେଶ ଆରାମ ମିଳିବ।
– ବାହାରେ ଅଧିକ ସମୟ ଖରାରେ ବୁଲିବା ଯୋଗୁ ଯଦି ପାଦ ତଳ ପୋଡାଜଳା ହେଉଥାଏ, ତେବେ ପୁଦିନାକୁ ବାଟି ଫ୍ରିଜ୍ରେ ରଖିବା ପରେ ବାହାର କରି ଲଗାନ୍ତୁ।
– ଦହି କିମ୍ବା ଆମ୍ବର କଅଁଳିଆ ପତ୍ର ସହିତ ପୁଦିନାକୁ ବାଟି ପିଇଲେ ପେଟ ବିନ୍ଧା ଭଲ ହୋଇଥାଏ।